ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ ୨୦୨୬ ନଭେମ୍ବର ୮ ତାରିଖ, ରବିବାର ଦିନ ଦୀପାବଳି ପାଳନ କରାଯିବ। ଏହି ବିଶେଷ ଅବସରରେ ସ୍ବାତୀ ନକ୍ଷତ୍ର ସହ ଆୟୁଷ୍ମାନ ଓ ସୌଭାଗ୍ୟ ଯୋଗର ସଂଯୋଗ ରହିଛି। ସେହିପରି ତୁଳା ରାଶିରେ ସୂର୍ଯ୍ୟ ଓ ଶୁକ୍ରଙ୍କ ମିଳନରୁ ଶୁକ୍ରାଦିତ୍ୟ ଯୋଗ ଏବଂ ସୂର୍ଯ୍ୟ-ବୁଧଙ୍କ ମିଳନରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ଏହି ବିଶେଷ ସଂଯୋଗ ଅନେକ ବର୍ଷ ପରେ ଘଟୁଛି। ଏହାର ପ୍ରଭାବ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଶୁଭ ରହିପାରେ। କ୍ୟାରିୟରରେ ବଡ଼ ସଫଳତା, ନୂଆ ଚାକିରିର ସୁଯୋଗ ଏବଂ ଧନ-ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ତେବେ ଆସନ୍ତୁ ଜାଣିବା, ଦୀପାବଳିରେ କେଉଁ ୪ଟି ରାଶିର ଭାଗ୍ୟ ଚମକିପାରେ।
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦୀପାବଳି ସମୟ ଶୁଭ ରହିପାରେ। ଏହି ସମୟରେ ବିଭିନ୍ନ କାର୍ଯ୍ୟରେ ମନପସନ୍ଦ ସଫଳତା ମିଳିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ଦୀର୍ଘଦିନ ଧରି ଜମିବାଡ଼ି ସମ୍ବନ୍ଧୀୟ ମାମଲାରେ ଲାଗି ରହିଥିବା ବାଧା ଦୂର ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ବିବାହ ସମ୍ବନ୍ଧୀୟ ପ୍ରସ୍ତାବକୁ ସବୁ ଦିଗରୁ ସମ୍ମତି ମିଳିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି।
ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏହି ସମୟରେ ମଜଭୁତ ରହିବ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରା ହେବା ସହ ନୂଆ ସୁଯୋଗ ମିଳିପାରେ। ପରିବାରରେ ସୁଖଦ ମାହୋଲ ରହିବ। ଦୀପାବଳି ସମୟରେ ଆପଣଙ୍କର କୌଣସି ବଡ଼ ସ୍ବପ୍ନ ପୂରଣ ହୋଇପାରେ। ମାତାପିତାଙ୍କଠାରୁ ସାଧାରଣ ସହଯୋଗ ମିଳିବ। ନିଜ ଦାୟିତ୍ୱକୁ ଭଲ ଭାବେ ତୁଲାଇବାରେ ସଫଳ ହେବେ। ନୂଆ ଲୋକଙ୍କ ସହ ମିଶି ବ୍ୟବସାୟ କରିବାର ସୁଯୋଗ ମିଳିପାରେ। ମନପସନ୍ଦ କଲେଜରେ ନାମ ଲେଖାଇବାର ସୱପ୍ନ ମଧ୍ୟ ପୂରଣ ହୋଇପାରେ।
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ମାନ-ସମ୍ମାନ ଓ ସଫଳତା ଆଣିପାରେ। କର୍ମକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ବ୍ୟବସାୟୀମାନଙ୍କୁ କାରବାରରେ ବିଶେଷ ଲାଭ ମିଳିବାର ଯୋଗ ରହିଛି। ଘର ଓ ବାହାରେ ଉଭୟ ସ୍ଥାନରେ ଆପଣଙ୍କ ସମ୍ମାନ ବଢ଼ିବ। ନିଜର ଘର କିଣିବାର ସ୍ବପ୍ନ ପୂରଣ ହୋଇପାରେ। କୌଣସି ନୂଆ ଯୋଜନା କିମ୍ବା ବ୍ୟବସାୟିକ ସୁଯୋଗ ଭବିଷ୍ୟତରେ ଲାଭ ଦେଇପାରେ। କ୍ୟାରିୟରରେ ମଧ୍ୟ ଭଲ ପରିବର୍ତ୍ତନ ଅନୁଭବ କରିବେ।
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଦୀପାବଳି ସମୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ। ପରିବାରରେ ଖୁସିର ମାହୋଲ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସ୍ନେହ ଓ ପାରସ୍ପରିକ ବିଶ୍ୱାସ ବୃଦ୍ଧି ପାଇବ। ମନର ଇଚ୍ଛା ପୂରଣ ହେବା ସହ ନୂଆ ଲକ୍ଷ୍ୟ ସ୍ଥିର କରିବେ। ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ।