ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବା ସହ jeeadv.ac.in ୱେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ କରାଯାଇଛି। ଆଇଆଇଟି ବମ୍ବେ ଜୋନ୍‌ର ଆର୍‌. କେ. ଶିଶିର ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ-୧ରେ ରହିଛନ୍ତି। ୩୬୦ ନମ୍ବରରୁ ସେ ୩୧୪ ରଖିଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍‌ର ତନିଷ୍କା କାବ୍ରା ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନରେ ରହିବା ସହ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ହୋଇଛନ୍ତି। ସେ ୩୬୦ରୁ ୨୭୭ ନମ୍ବର ରଖିଛନ୍ତି। ଏପଟେ ଆଇଆଇଟି ଭୁବନେଶ୍ୱର ଜୋନ୍‌ରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ର ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୧ତମ ସ୍ଥାନରେ ରହିଛନ୍ତି। ଦିବ୍ୟାଂଶୁ ଇଣ୍ଟରନ୍ୟାଶନାଲ ଫିଜିକ୍ସ ଅଲିମ୍ପିଆଡ୍‌ରେ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।
ମୋଟ ୧,୫୫,୫୩୮ଜଣ ପରୀକ୍ଷାର୍ଥୀ ଜେଇଇ ଆଡ୍‌ଭାନ୍ସଡ୍‌ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୦,୭୧୨ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬,୫୧୬ଜଣ ଛାତ୍ରୀ ରହିଛନ୍ତି। ଏହି ପରୀକ୍ଷାରେ ଦେଶରେ ଶ୍ରେଷ୍ଠ ୧୦ରେ ଥିବା ଛାତ୍ରୀଛାତ୍ରମାନେ ହେଲେ ଆର୍‌. କେ. ଶିଶିର, ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ, ଥୋମାସ ବିଜୁ ଚୀରାମଭେଲିଲ, ବଙ୍ଗପଲ୍ଲୀ ସାଇ ସିଦ୍ଧାର୍ଥ, ମୟଙ୍କ ମୋଟୱାନି, ପୋଲିସେଟ୍ଟୀ କାର୍ତ୍ତିକେୟ, ପ୍ରତୀକ ସାହୁ, ଧୀରଜ କୁରୁକୁଣ୍ଡା, ମୋହିତ ଗଢ଼ିୱାଲା ଓ ବେତ୍ଚା ଜ୍ଞାନ ମହେଶ। ସେପଟେ ଶ୍ରେଷ୍ଠ ୧୦୦ରେ ଆଇଆଇଟି ବମ୍ବେ ଓ ମାଡ୍ରାସ ଜୋନ୍‌ରୁ ସର୍ବାଧିକ ୨୯ଜଣ ଥିବାବେଳେ ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ୨୨, ଆଇଆଇଟି ରୁର୍‌କି ଜୋନ୍‌ରୁ ୧୧, ଆଇଆଇଟି ଭୁବନେଶ୍ୱରରୁ ୬, ଆଇଆଇଟି ଗୁଆହାଟୀରୁ ୨ ଏବଂ ଆଇଆଇଟି କାନପୁରରୁ ଜଣେ ରହିଛନ୍ତି।
ଅନ୍ୟପକ୍ଷରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର କନିଷ୍କ ମୋଦି ସର୍ବଭାରତୀୟ ସ୍ତରରେ ୨୦୦ ର଼୍ୟାଙ୍କ ପାଇଥିବାବେଳେ ଦୀପ୍ତାଂଶୁ ମଲୁ ୨୨୬ ତମ ସ୍ଥାନରେ ରହିଛନ୍ତି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଓଡ଼ିଶା ଟପ୍ପର ହୋଇଥିବା ଦିବ୍ୟାଂଶୁଙ୍କ ସମେତ ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଡ. ସାମନ୍ତ କହିଛନ୍ତି, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପ୍ରତିଷ୍ଠା ହେବା ପରଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି। ଫଳରେ ଏହାର ଛାତ୍ରୀଛାତ୍ରମାନେ କେବଳ ଶିକ୍ଷା ନୁହେଁ, ଅନ୍ୟ ସମସ୍ତ କ୍ଷେତ୍ରରେ ଲଗାତର ସଫଳତା ହାସଲ କରିଆସୁଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଦିବ୍ୟାଂଶୁଙ୍କ ସହ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri