ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ଦୀର୍ଘ ଏକ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସନା ସୈୟଦ। ପ୍ରେମିକ ଇମାଦ ଶମ୍ସିଙ୍କୁ ବିବାହ କରିଛନ୍ତି ସେ। କରୋନା କଟକଣା ଯୋଗୁ ବହୁତ କମ୍‌ ଅତିଥିଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି। ଏବେ ଉଭୟଙ୍କ ବିବାହର ଏକାଧିକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ପ୍ରଶଂସକମାନେ ସନାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଯାହା କୁହାଯାଉଛି ସନା-ଇମାଦ ଗୋଟିଏ କଲେଜରେ ପାଠ ପଢ଼ୁଥିଲେ। ବର୍ଷକ ପୂର୍ବରୁ ଉଭୟ ଡେଟ୍‌ କରିବା ଆରମ୍ଭ କରିଥିଲେ। ଶେଷରେ ଗୋଟିଏ ପାଦ ଆଗକୁ ଯାଇ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜୀବନସାଥୀ ରୂପେ ଇମାଦଙ୍କୁ ପାଇ ସନା ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।

Share