ପ୍ରଥମ ଥର ଲାଗି ବରୁଣଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଦିବ୍ୟା

ବମ୍ବେ: ଆଜିକାଲି ପୂର୍ବ ପ୍ରେମିକ ବରୁଣ ସୁଦଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାର ମାତ୍ର ଏକ ମାସ ପରେ ଦିବ୍ୟା ନିଜର ବନ୍ଧୁଙ୍କ ସହ ନିର୍ବନ୍ଧ କରି ସମସ୍ତଙ୍କୁ ଚମକାଇଥିଲେ। ହେଲେ ଏବେ ଦିବ୍ୟା-ବରୁଣଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ। ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରିବାର କୌଣସି ମଉକା ଛାଡ଼ୁନାହାନ୍ତି।

ନିକଟରେ ଅଭିନେତ୍ରୀ ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଚାଟିଂ ସେଶନ୍‌ ରଖିଥିଲେ। ଏଥିରେ ସେ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଦିବ୍ୟା କହିଛନ୍ତି, ନିଜ ଶୋ’ର ପ୍ରମୋଶନ ସମୟରେ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଛି। ଏବେ ଆମ ବ୍ରେକ୍‌ଅପ୍‌କୁ ବର୍ଷେ ବିତିଗଲାଣି। ବରୁଣ ବୁଝିବା ଉଚିତ ଯେ ମୋର ନିର୍ବନ୍ଧ ଶେଷ ହୋଇଛି। ବ୍ରେକ୍‌ଅପ୍‌ ପରର ସମୟ ବହୁତ କଷ୍ଟକର ଥିଲା। ଲୋକେ ମୋତେ ଗୋଲ୍ଡ ଡିଗ୍‌ର ବୋଲି କହୁଥିଲେ। କହିବାକୁ ଗଲେ ମୁଁ ତିନୋଟି ରିଆଲିଟି ଶୋ’ର ବିଜେତା। ଆଗକୁ ତିନୋଟି ଓ୍ବେବ୍‌ ସିରିଜରେ ନଜର ଆସିବି। ମୁଁ ଜଣେ ଆତ୍ମନିର୍ଭର ମହିଳା। ମୋତେ କାହା ଟଙ୍କାର ଆବଶ୍ୟକତା ନାହିଁ। ଯଦି ମୁଁ ମୋ ଜୀବନରେ ବିବାହ କରିବାକୁ ଚାହେଁ ତେବେ ଏଥିରେ ଭୁଲ କଣ ବୋଲି ସେ କହିଛନ୍ତି।

କହିରଖୁଛୁ, ଦିବ୍ୟା ଏବଂ ବରୁଣ ପ୍ରଥମେ ଟେଲିଭିଜନ ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ରେ ପରସ୍ପରକୁ ଭେଟିଥିଲେ। ଏହାପରେ ଦୁହେଁ ଏକାଠି ‘ସ୍ପ୍ଲିଟ୍ସଭିଲ୍ଲା’ରେ ଭାଗ ନେଇଥିଲେ।

Share