ଅଲଗା ହେଲେ ପେମୀଯୁଗଳ, ପୋଷ୍ଟ ଶେୟାର କରି ଏମିତି ଲେଖିଲେ ଦିବ୍ୟା

ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ଅନେକ ସମୟରେ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଯାଇଥିବା ସମସ୍ତଙ୍କୁ ଚକିତ କରିଛି । ନିକଟରେ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଥିବା ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବ୍ରେକଅପ ପରେ ଦିବ୍ୟା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି ଯେ, ସେ ଏବଂ ବରୁଣ ସର୍ବଦା ପରସ୍ପରର ଭଲ ବନ୍ଧୁ ହୋଇ ରହିବେ ।

ଆଉ ମଧ୍ୟ ଲେଖିଛନ୍ତି, ମୋ ସହିତ ଯାହା କିଛି ଘଟୁଛି, ଏଥିପାଇଁ ମୁଁ କାହାକୁ ଦାୟୀ କରିପାରିବି ନାହିଁ । ମୋତେ ଲାଗୁଛି ଏବେ ସବୁ କିଛି ଶେଷ ହୋଇସାରିଛି ଏବଂ ଏହା ମଧ୍ୟ ଠିକ୍‌ । ମୁଁ ନିଜ ପାଇଁ ବଞ୍ଚିବାକୁ ଚାହୁଁଛି । ଏଠାରେ ମୁଁ ଆନୁଷ୍ଠାନିକ ଭାବରେ ଘୋଷଣା କରୁଛି ଯେ ଏହି ଜୀବନରେ ମୁଁ ନିଜ ଗୋଡରେ ଠିଆ ହୋଇଛି ଏବଂ ମୋ ଜୀବନକୁ ମୋ ହିସାବରେ ବଞ୍ଚିବାକୁ ଚାହୁଁଛି । ଏଥିରୁ ବାହାରିବା କେବଳ ମୋର ପସନ୍ଦ। ମୁଁ ତାଙ୍କ ସହିତ ବିତାଇଥିବା ଖୁସିର ମୁହୂର୍ତ୍ତକୁ ପ୍ରକୃତରେ ଗୁରୁତ୍ୱ ଦିଏ । ସେ ବହୁତ ଭଲ ଏବଂ ସର୍ବଦା ମୋର ଭଲ ବନ୍ଧୁ ହୋଇ ରହିବେ । ଦୟାକରି ମୋର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ବୋଲି ସେ ଲେଖିଛନ୍ତି।

 

Share