Categories: ବାଣିଜ୍ୟ

ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ ସେଲିବ୍ରିଟ ଓ ଅନ୍ୟମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ। ବିଶେଷକରି ଫାୟାର ଏଗେନ ଏବଂ ନୟି ଆୟେଗୀ ଭଳି ସୁମଧୁର ଗୀତ ସହ ନୃତ୍ୟରେ ମଧ୍ୟ ରୁଚି ରଖିଛନ୍ତି। ଦିଭମ ନୋକଝୋକ,ଭାଇଦୋଜ,କୋର୍ଟମାର୍ସଲ ଏବଂ ରାକ୍ଷୀ ଭଳି ଡ୍ରାମାରେ ମଧ୍ୟ ଅଭିନୟ କରିଛନ୍ତି। ଏପରିକି ତାଙ୍କ ଗୀତ ଓ ନୃତ୍ୟ ସହ ଅଭିନୟ ଏବଂ ଅନ୍ୟ କାମଗୁଡ଼ିକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ ସହ ଭଲ ପାଇବା ମଧ୍ୟ ଦେଇଛନ୍ତି। ସେହିଭଳି ଦିଭମ ଜୁନେଜା ହେଉଛନ୍ତି ବିଶିଷ୍ଠ ଶିଳ୍ପପତି ତଥା ଜଣାଶୁଣା ବ୍ୟବସାୟୀ ଏବଂ ନିବେଶକ ସଞ୍ଜୀବ ଜୁନେଜାଙ୍କ ପୁତ୍ର। ଭବିଷ୍ୟତ ପାଇଁ ଅନେକ ଯୋଜନା କରିଥିବା ଦିଭମ ଜଣେ ସାମାଜିକ କର୍ମୀ ମଧ୍ୟ। ସେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହ ଅବସରରେ ବିଭିନ୍ନ କାର୍ଯ୍ୟରେ ମଧ୍ୟ ନିଜକୁ ସକ୍ରିୟ ରଖିଥାନ୍ତି। ଏପରିକି ନିଜ ପରିବାରର ଏନ୍‌ଜିଓ ଆଇଜିକେ ଫାଉଣ୍ଡେଶନ ଦ୍ୱାରା ସେ ବିଭିନ୍ନ ପ୍ରକାର ସମାଜ କଲ୍ୟାଣ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ସଞ୍ଜୀବ କହିଛନ୍ତି, ଆଗାମୀ ଦିନ ଲାଗି ଦିଭମଙ୍କୁ ଶୁଭେଚ୍ଛା ଜଣାଉଛି। ଭବିଷତ୍ୟରେ ସେ ଜଣେ ଭଲ ମଣିଷ ସହ ନିଜ ସାମର୍ଥ୍ୟରେ ଏକ ପରିଚୟ ସୃଷ୍ଟି କରୁ ବୋଲି ମୋର ଆଶା। ଉଲ୍ଲେଖଯୋଗ୍ୟ, ଡ.ଅର୍ଥୋ, ରୂପମନ୍ତ୍ରା, ସଚ୍ଚି ସହେଲୀ,ପେଟ୍‌ ସଫା ଭଳି ଉତ୍ପାଦ ଆଣିବାରେ ଡା. ଜୁନେଜାଙ୍କର ପ୍ରୟାସ ବେଶ୍‌ ପ୍ରଶଂସନୀୟ।

Share