ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ ନେଇ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ପ୍ରତିକାରର ଉପାୟ…

* ଘରର ବାସ୍ତୁଦୋଷ ଦୂର କରିବାକୁ ଐଶାନ୍ୟ କୋଣରେ କଳସ ସ୍ଥାପନ କରିପାରିବେ। କୁହାଯାଏ, କଳସ ହେଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଏକ ସ୍ବରୂପ। ତେଣୁ କଳସ ସ୍ଥାପନ କଲେ କ୍ରମେ ଘରର ପରିସ୍ଥିତିରେ ଅନେକ ସୁଧାର ଆସିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭଫଳ ଦେଇଥାଏ। ଧ୍ୟାନ ରଖିବେ ଏହି ସ୍ବସ୍ତିକ ଚିହ୍ନ ଯେପରି ୯ ଆଙ୍ଗୁଳି ଲମ୍ବା ଓ ୯ ଆଙ୍ଗୁଳି ଚଉଡ଼ା ହେଉଥିବ। କୁହାଯାଏ, ଏହି ଚିହ୍ନର ପ୍ରଭାବରେ ଘରୁ ନକାରାତ୍ମକ ଊର୍ଜା ହ୍ରାସ ହୋଇଥାଏ।

* ବାସ୍ତୁଶାସ୍ତ୍ରରେ ଘୋଡ଼ା ନାଲର ବି ଅନେକ ଗୁରୁତ୍ୱ ରହିଛି। କୁହାଯାଏ, ଏହି ନାଲକୁ ଘରର ମୁଖ୍ୟଦ୍ୱାର ନିକଟରେ ଟଙ୍ଗାଇଲେ ବାସ୍ତୁଦୋଷ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

* ଘରର ମୁଖ୍ୟଦ୍ୱାର ଯଦି ଦକ୍ଷିଣମୁହାଁ ହୋଇଥାଏ, ତା’ହେଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ଏହାଛଡ଼ା ପଞ୍ଚଧାତୁରେ ତିଆରି ପିରାମିଡ୍‌କୁ ବି ମୁଖ୍ୟଦ୍ୱାର ନିକଟରେ ରଖିଲେ ଶୁଭଫଳ ମିଳିଥାଏ।

* ଘରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ଝାଡୁ ରଖିପାରିବେ। ହେଲେ ଉତ୍ତର-ପୂର୍ବ/ ଦକ୍ଷିଣ-ପୂର୍ବ/ ପୂଜାଘରେ ଝାଡୁ ରଖିବା ଶୁଭ ନୁହେଁ। ଏହା ବାସ୍ତୁଦୋଷକୁ ଡାକି ଆଣିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri