ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା: ଚିକିତ୍ସା ଅଭାବରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ

ବାଲେଶ୍ବର ଅଫିସ ୧୫।୩: ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ବୁଧବାର ସକାଳେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସାର ଅବହେଳା ଯୋଗୁ ୭ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତ।
ସୂଚନାଯୋଗ୍ୟ, ବାଲେଶ୍ବର ବସ୍ତା ଅଞ୍ଚଳର ମାଣିପୁର ପଞ୍ଚାୟତ ରସବିନ୍ଦପୁର ଗ୍ରାମର ଜିତେନ୍ଦ୍ର ଗିରିଙ୍କ ୭ ମାସର ଶିଶୁପୁତ୍ର ଦେହ ଅସୁସ୍ତ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବୁଧବାର ଶିଶୁ ପୁତ୍ରଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା। ଏ ନେଇ ସେ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ ମେଡିକାଲ ପକ୍ଷରୁ ସଠିକ ଚିକିତ୍ସା କରାଯାଇ ନ ଥିଲା, ଯେଉଁଥି ପାଇଁ ତାଙ୍କ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ।