ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ: ଭାଗନେଲେ ୧୧ଶହ ପ୍ରତିଯୋଗୀ

ଫୁଲବାଣୀ ଅଫିସ,୩।୨: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଫୁଲବାଣୀସ୍ଥିତ ବଇଡା ଦିନାରା ସିଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଜଗଜ୍ଜୀବନ ବଗର୍ତ୍ତି, ଶିକ୍ଷା ମଣ୍ଡଳାଧୀଶ ସୁଜାତା ବେହେରା, ଶିକ୍ଷା ନିରୀକ୍ଷକ ସୁଧୀର ଦିଗାଳ, ଗୋଚ୍ଛାପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ, ବଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୟଲାଲ ନାୟକ, ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସିଂ ପ୍ରମୁଖ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ଛାତ୍ରୀଛାତ୍ରଙ୍କ ମଧ୍ୟରେ ଫୁଟବଲ, ଖୋକୋ, କବାଡି, ହକି ସହ ଅନ୍ୟାନ୍ୟ ଆଥଲେଟିକ ପ୍ରତିଯୋଗିତା ହେବ। ଏଥିରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଛାତ୍ରୀଛାତ୍ର ରାଜ୍ୟସ୍ତରକୁ ମନୋନୀତ ହେବେ। କୃଷ୍ଣଚନ୍ଦ୍ର ଗୌଡ, ବୀରେନ୍ଦ୍ର ପରିଡା, ସତ୍ୟନାରାୟଣ ମୂଖୀ, ଅକ୍ଷୟ କହଁର ପ୍ରମୁଖ ଶିକ୍ଷକ ଖେଳ ପରିଚାଳନା କରିଥିଲେ । ସୁଧୀର କୁମାର ସାହୁ, ଗୁରୁପ୍ରସାଦ ସାହୁ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ପ୍ରତିଯୋଗିତା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ଟି ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟର ୧୧ଶହ ଛାତ୍ରୀଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।