ଜିଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ

ନୂଆପଡ଼ା ଅଫିସ୍‌,୨୧।୪: ଟିପିଡବ୍ଲୁଓଡିଏଲର ମନମୁଖୀ କାର୍ଯ୍ୟ ଓ ଶୋଷଣର ପ୍ରତିବାଦ କରି ଗୁରୁବାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ନୂଆପଡା ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲାର ଶତାଧିକ ବିଦ୍ୟୁତ୍‌ ଉପଭୋକ୍ତା ଏଥିରେ ସାମିଲ ହୋଇଥିଲେ। ପରେ ବିକ୍ଷୋଭସ୍ଥଳରେ ଦିଆଯାଇଥିବା ଧାରଣାରୁ ଊଠି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟିପିଡବ୍ଲୁଓଡିଏଲ ଜିଲା କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉ ସମୟରେ ପୋଲିସ ଓ ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀ ସମ୍ବିତ ନନ୍ଦଙ୍କୁ ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ୨୦୨୧ ଜାନୁୟାରୀରେ ୱେସ୍କୋ କମ୍ପାନୀଠାରୁ ଟିପିଡବ୍ଲୁଓଡିଏଲ ବିଦ୍ୟୁତ୍‌ ବିଭାଗ ଦାୟିତ୍ୱ ନେବା ପରେ ଉପଭୋକ୍ତାଙ୍କ ଦୁର୍ଦ୍ଦଶା ବଢିବା ସହ ଶୋଷଣ ଅନ୍ତ ହେଉନାହିଁ। ଗଭୀର ନଳକୂପ ଚାଷୀ, ଉଠା ଜଳସେଚନ ଚାଷୀ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଗରିବ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନାରେ ଅନ୍ତର୍ଭୁକ୍ତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି। ଏପରି କି ବିନା ବିଦ୍ୟୁତ ସଂଯୋଗରେ ବିଲ ଆସିବା, ପୂର୍ବ ବିଲକୁ ପଠାଇ ଅର୍ଥ ଆଦାୟ କରିବା, ବିନା ନୋଟିସରେ ବିଦ୍ୟୁତ୍‌ କାଟିବା ଇତ୍ୟାଦି ଅଭିଯୋଗ ଆସୁଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଚୁପ ହୋଇ ବସିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଟିପିଡବ୍ଲୁଓଡିଏଲର ଜିଲା ଭିତରେ ଥିବା କାର୍ଯ୍ୟାଳୟଗୁଡିକରେ ତାଲା ପକାଯିବା ସହ କର୍ମଚାରୀମାନଙ୍କୁ ଗାଁ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି ସଂଗ୍ରାମ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଜୟ କିଷାନ ସଂଗ୍ରାମ ପରିଷଦ ଆବାହକ ପାଣିଗ୍ରାହୀ, ଲେଖରାମ ଚନ୍ଦ୍ରକାର, ରମାକାନ୍ତ ଚନ୍ଦ୍ରକାର, ଭୁବନ ଚନ୍ଦ୍ରକାର, ବିଜୟ ସାହୁ, ଉମେଶ ଚକ୍ରଧାରୀ, ନେମିଚନ ଚନ୍ଦ୍ରକାର, ରତନ ଲାଲ ଚନ୍ଦ୍ରକାର, ସୁରେଶ ଅହୀର, ନାରଦ ପାଣ୍ଡେ,ହିରାଲାଲ ପାଣ୍ଡେ, ମୋହନ ଶବର, ସୁଖରାମ ପାଣ୍ଡେ, ବିଶ୍ୱମ୍ବର ମାଝି, ହୋମସିଂ ସତନାମୀ, ପୁରନ ମାଝି, ଭକ୍ତବନ୍ଧୁ ଧରୁଆଙ୍କ ସମେତ ଉପଭୋକ୍ତା ମାନେ ବିକ୍ଷୋଭରେ ସାମିଲ ଥିଲେ। ବିଦ୍ୟୁତ୍‌ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସମ୍ବିତ ନନ୍ଦ ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ଏସ୍‌ଇ, ଜିଲାପାଳ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ନୂଆପଡାଠାରେ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?