ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା

ଗଞ୍ଜାମ,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍‌ଏସି ଇଓ ପୋତାଗଡ଼ ପରିଦର୍ଶନ କରିଥିବା ଜଣାପଡ଼ିଛି। କରୋନା ପାଇଁ ପୋତାଗଡ଼ ପୁନଃଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ତେଣୁ ଏହି କାର୍ଯ୍ୟକୁ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସେଠାରେ ଏକ ସ୍ମାର୍ଟ ପାର୍କ ନିର୍ମାଣ କରାଯିବାକୁ ଜିଲାପାଳ ପ୍ରାଥମିକତା ଦେଇଛନ୍ତି। ପୂର୍ବରୁ ସଫେଇ ଦାୟିତ୍ୱ ନେଇଥିବା ସ୍ଥାନୀୟ ଅଞ୍ଚଳର ସୁଧୀର ପାଢ଼ୀ, ରାକେଶ ରଞ୍ଜନ ଦାସ ପ୍ରମୁଖଙ୍କୁ ବାକି ଥିବା ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି l