ତୁମୁଡ଼ିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତରୁ ଲୋକମାନେ ଆସି ଜିଲାପାଳ ଅମୃତ ଋ଼ତୁରାଜ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କ ନିକଟରେ ନିଜ ନିଜର ଅସୁବିଧା ସହିତ ନିଜ ଗ୍ରାମର ବିଭିନ୍ନ ସମସ୍ୟାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମରେ ମୋଟ ୪୩ଟି ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୧୨ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୩୧ଟି ଗୋଷ୍ଠୀଗତ ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗକୁ ଆଧାର କରି ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଭାବେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ଉପସ୍ଥିତ ଥିଲେ। ସେହିପରି ଜିଲାସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri