ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି, ହାତୀଖୋଜ, ସିର୍ଜାପାଲି, ତୁଣ୍ଡଲା, ତୁର୍ଲାଖମନ ପଞ୍ଚାୟତଗୁଡ଼ିକର ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତାଘାଟରେ ଗମନାଗମନରେ ଘୋର ସମସ୍ୟା ଦେଖା ଦେଇଛି। ସିର୍ଜାପାଲି, ବେଲଖଣ୍ଡି ଏବଂ ହାତୀଖୋଜ ଏହି ୩ଟି ପାଖାପାଖି ୬ରୁ ୭ ହେକ୍ଟର ଚାଷଜମି ପାଣିରେ ବୁଡି ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି ଏବଂ ବେଲଖଣ୍ଡି ଧବଳେଶ୍ୱର ମନ୍ଦିରରେ ପୂଜକ ଓ ଶ୍ରଦ୍ଧାଳୁମାନେ ଫସି ରହିଥିବା ଦେଖିବାକୁ ମିଳିଛି। ଖବର ପାଇ ଏହି ବନ୍ୟା ପ୍ରଭାବିତ ଅଞ୍ଚଳକୁ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, କଳାହାଣ୍ଡି ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ, କେସିଙ୍ଗା ତହସିଲଦାର, କେସିଙ୍ଗା ବିଡିଓ,କେସିଙ୍ଗା ଦମକଳ ବାହିନୀ ପ୍ରମୁଖ ଉପସ୍ଥିତ ରହି ବେଲଖଣ୍ଡି ଧବଳେଶ୍ୱର ମନ୍ଦିରରେ ଫସି ରହିଥିବା ୧୦ ଶ୍ରଦ୍ଧାଳୁ ଓ ପୂଜକମାନଙ୍କୁ ବୋଟ୍ ସାହାଯ୍ୟରେ ଉଦ୍ଧାର କରିଥିଲେ।

