ଲୋକଙ୍କ ପାଖରେ ପହଞ୍ଚିଲେ ଜିଲାପାଳ: ଶୁଣିଲେ ୧୩୩ ଅଭିଯୋଗ, ପ୍ରତିଶ୍ରୁତି ଦେଇ କହିଲେ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): କନ୍ଧମାଳ ଗିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ସୋମବାର ଲୋକଙ୍କ ବିଭିନ୍ନ ଅଭିଯୋଗକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ହରିଶ ବି.ଶି ଶୁଣିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସାମୁହିକ ଏବଂ ବ୍ୟକ୍ତିଗତ ଶତାଧିକ ଅଭିଯୋଗର ଶୁଣାଣି କରାଯାଇଥିଲା। ବୁଡ଼ାଗଡ଼ାଠାରେ ଶୀଘ୍ର ଫାଣ୍ଡିକୁ କାର୍ଯ୍ୟକ୍ଷମ କରାଯିବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବାକୁ ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ବୁଲୁ ସାହୁ, କୁଳମଣି ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ ଜୁନ୍‌ ସୁଦ୍ଧା ଏହାର ଶୁଭାରମ୍ଭ କରାଯିବାକୁ ଯୋଜନା କରାଯାଇଥିବା ଏସ୍‌ପି ବୁଡ଼ାଗୁଡ଼ାବାସୀଙ୍କୁ କହିଥିଲେ।

ସେହିପରି ଦାରିଙ୍ଗବାଡ଼ିରେ ମୋବାଇଲ ସେବା ବାରମ୍ବାର ଅଚଳ ହେଉଛି। ତେଣୁ ଘରୋଇ ୪-ଜି କିମ୍ବା ୫-ଜି ସେବା ଯୋଗାଇଦେବା ସହ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କୁହାଯାଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରୁ ନ ଥିବା ନେଇ ଦାସିଙ୍ଗବାଡ଼ିର ରାଜୀବ ମଲିକ ଅଭିଯୋଗ କରିଛନ୍ତି। ସେହିପରି ସିର୍କାବର୍ଗ ପଞ୍ଚାୟତର ଏକାଧିକ ଗ୍ରାମରେ ଜଳ ସଙ୍କଟ ସହ ମୋବାଇଲ ସେବା ବିପର୍ଯ୍ୟୟ ରହିଥିବା ଅଭିଯୋଗ ହୋଇଥିଲ। ସେହିପରି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଲୋକଙ୍କ କାର୍ଯ୍ୟ ବିଶେଷ କରି ବିଭିନ୍ନ ପ୍ରମାଣ ପତ୍ର ପାଇଁ ତହସିଲ କାର୍ଯ୍ୟାଳୟ ଯାଇ ହଇରାଣ ଭୋଗୁଥିବା ଅଭିଯୋଗ କରିଛନ୍ତି ନାରୀନେତ୍ରୀ ବିଳାସିନୀ ନାୟକଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିପରି ପାଡାନକେତା ଗ୍ରାମର ରଞ୍ଜିତ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ପ୍ରକଳ୍ପ କରିବା ପାଇଁ ଅନୁମତି ମିଳିଥିବାବେଳେ ସେ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ତାଙ୍କ ପ୍ରାପ୍ୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ମୋଟ୍‌ ୧୧ ଲକ୍ଷ ୬୬ ହଜାର ଗୃହ ନିର୍ମାଣ ଓ ଗୋପାଳନ ପାଇଁ ରହିଛି କିନ୍ତୁ ପ୍ରାପ୍ୟ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଦାରିଙ୍ଗବାଡ଼ିକୁ ପ୍ଲାଷ୍ଟିକ ଫ୍ରି ପାଇଁ ପଦକ୍ଷେପ ନେବା ସହ ଦାରିଙ୍ଗବାଡ଼ିକୁ ଏନ୍‌ଏସି ଘୋଷଣା ପାଇଁ ପଦକ୍ଷେପ ନେବା ଆଦି ଦାବି ରହିଛି। ସେହିପରି ସରାମୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୁଠାମାଝି ବାରମ୍ବାର ପୂର୍ବ ସରକାର ଏବଂ ଏବେ ନୂତନ ସରକାର ଆସିବା ପରେ ମଧ୍ୟ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ଅଭିଯୋଗର କୌଣସି ପ୍ରଭାବ ନ ପଡ଼ିବା ନେଇ ଉଦବେଗ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ସରାମୁଳିରେ ଏକ ବସ୍‌ଷ୍ଟାଣ୍ଡ ଏବଂ ସାପ୍ତାହିକ ହାଟ ପାଇଁ ଜମି ଚି଼ହ୍ନଟ କରିବାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବସୁନ୍ଧରା ଯୋଜନାରେ ତାମାଙ୍ଗି ଅଞ୍ଚଳବାସୀଙ୍କୁ ମୋଟ ୩୭ଜଣଙ୍କୁ ଘରବାରୀ ପଟ୍ଟାକୁ ଜିଲାପାଳ ଅମ୍ରିତ ଋତୁରାଜ ବଣ୍ଟନ କରିଥିଲେ। ଏହି ଅଭିଯୋଗ ଶୁଣାଣିକୁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପରିଚାଳନା କରିଥିବା ବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ସମେତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀ, ଉପଖଣ୍ଡ ଅଧିକାରୀ ଓ ବ୍ଲକ ଅଧିକାରୀମାନେ ଯୋଗଦେଇଥିଲେ। ମୋଟ୍‌ ୧୩୩ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ବ୍ୟକ୍ତିଗତ ୭୧ଟି ଏବଂ ସାମୁହିକ ୬୨ଟି ଅଭିଯୋଗ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri