ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ରାଙ୍ଗାପାରୁ ଉଚ୍ଚ ବିଦ୍ୟାଳୟର ବବିତା ଭୋଇଙ୍କୁ ନିଯୁକ୍ତି ମିଳିଛି।

ପ୍ରକାଶ ଯେ, ଅପ୍ରେଲ ମାସରେ ସୁଜାତା କିଛି ଅନ୍ତେବାସୀଙ୍କୁ ନିଜ ଘର କାମରେ ନିୟୋଜନ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ବିଦ୍ୟାଳୟର କମିଟି ଜିଲାପାଳଙ୍କୁ ଏକ ଅଭିଯୋଗ କରିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଧ୍ୟ ନିଜସ୍ତର ଅନୁସାରେ ଘଟଣାର ତଦନ୍ତ କରି ଜିଲାପାଳଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ଶେଷରେ ଚିଠି ସଂଖ୍ୟା ୨୧୧୭ରେ ଜିଲାପାଳ ସୁଜାତା ସାହୁଙ୍କୁ ବଦଳି କରିଛନ୍ତି।

Share