Categories: ଦେବଗଡ଼

ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ଦେବଗଡ,୩।୧(ଡି.ଏନ.ଏ) ଦେବଗଡ ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଶନିବାର ସ୍ଥାନୀୟ ଶନିମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଜାନୁୟାରୀ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଥିଲେ। କୋଭିଡ କଟକଣା ଯୋଗୁ ରାଜ୍ୟରେ ପଲ୍ଲୀଶ୍ରୀ ମେଳା ଓ ମେଗା ପ୍ରଦର୍ଶନୀ ବାତିଲ କରାଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍ବୟଂସହାୟକ ଗୋଷ୍ଠୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହି କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ଓରମାସ ଏବଂ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ପ୍ରଦର୍ଶନୀରେ କୋଭିଡକିୟସ୍କ ସମେତ ୭ଟି ଷ୍ଟଲ ଖୋଲାଯାଇଛି। ଜିଲାର ୧୫ଟି ସ୍ବୟଂ ସହାୟକ ଗୋଷ୍ଠୀ ୩ଟି ପର୍ଯ୍ୟାୟରେ ଏଥିରେ ଭାଗନେବେ। ୬ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାରଡର ବିଣାପାଣୀ ସ୍ବୟଂ ସହାୟକ ଗୋଷ୍ଠୀ, ଲଇମୁରାର ହର୍ବାଲ ପ୍ରଡ୍ୟୁସର ଗ୍ରୁପ, ମହାଜନ ନାଳିର ମହାତ୍ମା ଗାନ୍ଧୀ ପ୍ରଡ୍ୟୁସର ଗ୍ରୁପ, ଜରାବାହାଲର ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଖିଲେଇର ସାଇନାଥ ପ୍ରଡ୍ୟୁସର ଗ୍ରୁପ ଅଂଶଗ୍ରହଣ କରିବେ। ସେମାନେ ଉପତ୍ାଦିତ କରୁଥିବା ଦ୍ରବ୍ୟଗୁଡିକ ଷ୍ଟଲରେ ପ୍ରଦର୍ଶନ କରି ବିକ୍ରି କରୁଛନ୍ତି। ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍ବୟଂସହାୟକ ଗୋଷ୍ଠୀ ଏବଂ ପ୍ରଡ୍ୟୁସର ଗ୍ରୁପ ଏହି ପ୍ରଦର୍ଶନୀରେ ଭାଗନେବାର କାର୍ଯ୍ୟକ୍ରମ ରହିଛି ା ଏହାବ୍ୟତୀତ ପ୍ରଦର୍ଶନୀରେ କରୋନା ସଚେତନତା ନିମନ୍ତେ ଏକ କୋଭିଡ କିୟସ୍କ ଷ୍ଟଲ ଖୋଲାଯାଇ ସଚେତନତା ସହିତ ବିଭିନ୍ନ ପ୍ରକାର ସାନିଟାଇଜର ସମଗ୍ରୀ ଓ ମାସ୍କ ବିକ୍ରି କରାଯାଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପ ଜିଲାପାଳ ତଥା ଡିଆରଡିଏର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜବନ୍ଧୁ ଭୋଇ, ଡିଏସଡବ୍ଲ୍ୟୁୁଓ ଏସ.ଏଲ. ବିଶ୍ୱାସ, ଡେପୁଟି ସିଇଓ ଓରମାସ ସୁବଳ ଜେନାମଣିଙ୍କ ସମେତ ମିଶନ ଶକ୍ତିର ପ୍ରେେଜେକ୍ଟ ଆସିଷ୍ଟାଣ୍ଟ ରବିନ୍ଦ୍ର ମହାନ୍ତି, ଓଏଲଏମ୍‌ର ସ୍ମରଣିକା ମହାପାତ୍ର ଏବଂ ଡିଆରଡିଏର କର୍ମଚାରୀମାନେ ଯୋଗ ଦେଇଥିଲେ।