ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ଦେବଗଡ,୩।୧(ଡି.ଏନ.ଏ) ଦେବଗଡ ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଶନିବାର ସ୍ଥାନୀୟ ଶନିମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଜାନୁୟାରୀ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଥିଲେ। କୋଭିଡ କଟକଣା ଯୋଗୁ ରାଜ୍ୟରେ ପଲ୍ଲୀଶ୍ରୀ ମେଳା ଓ ମେଗା ପ୍ରଦର୍ଶନୀ ବାତିଲ କରାଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍ବୟଂସହାୟକ ଗୋଷ୍ଠୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହି କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ଓରମାସ ଏବଂ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ପ୍ରଦର୍ଶନୀରେ କୋଭିଡକିୟସ୍କ ସମେତ ୭ଟି ଷ୍ଟଲ ଖୋଲାଯାଇଛି। ଜିଲାର ୧୫ଟି ସ୍ବୟଂ ସହାୟକ ଗୋଷ୍ଠୀ ୩ଟି ପର୍ଯ୍ୟାୟରେ ଏଥିରେ ଭାଗନେବେ। ୬ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାରଡର ବିଣାପାଣୀ ସ୍ବୟଂ ସହାୟକ ଗୋଷ୍ଠୀ, ଲଇମୁରାର ହର୍ବାଲ ପ୍ରଡ୍ୟୁସର ଗ୍ରୁପ, ମହାଜନ ନାଳିର ମହାତ୍ମା ଗାନ୍ଧୀ ପ୍ରଡ୍ୟୁସର ଗ୍ରୁପ, ଜରାବାହାଲର ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଖିଲେଇର ସାଇନାଥ ପ୍ରଡ୍ୟୁସର ଗ୍ରୁପ ଅଂଶଗ୍ରହଣ କରିବେ। ସେମାନେ ଉପତ୍ାଦିତ କରୁଥିବା ଦ୍ରବ୍ୟଗୁଡିକ ଷ୍ଟଲରେ ପ୍ରଦର୍ଶନ କରି ବିକ୍ରି କରୁଛନ୍ତି। ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍ବୟଂସହାୟକ ଗୋଷ୍ଠୀ ଏବଂ ପ୍ରଡ୍ୟୁସର ଗ୍ରୁପ ଏହି ପ୍ରଦର୍ଶନୀରେ ଭାଗନେବାର କାର୍ଯ୍ୟକ୍ରମ ରହିଛି ା ଏହାବ୍ୟତୀତ ପ୍ରଦର୍ଶନୀରେ କରୋନା ସଚେତନତା ନିମନ୍ତେ ଏକ କୋଭିଡ କିୟସ୍କ ଷ୍ଟଲ ଖୋଲାଯାଇ ସଚେତନତା ସହିତ ବିଭିନ୍ନ ପ୍ରକାର ସାନିଟାଇଜର ସମଗ୍ରୀ ଓ ମାସ୍କ ବିକ୍ରି କରାଯାଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପ ଜିଲାପାଳ ତଥା ଡିଆରଡିଏର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜବନ୍ଧୁ ଭୋଇ, ଡିଏସଡବ୍ଲ୍ୟୁୁଓ ଏସ.ଏଲ. ବିଶ୍ୱାସ, ଡେପୁଟି ସିଇଓ ଓରମାସ ସୁବଳ ଜେନାମଣିଙ୍କ ସମେତ ମିଶନ ଶକ୍ତିର ପ୍ରେେଜେକ୍ଟ ଆସିଷ୍ଟାଣ୍ଟ ରବିନ୍ଦ୍ର ମହାନ୍ତି, ଓଏଲଏମ୍‌ର ସ୍ମରଣିକା ମହାପାତ୍ର ଏବଂ ଡିଆରଡିଏର କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri