ଗଞ୍ଜାମ,୧୩।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ମଙ୍ଗଳବାର ହେବାକୁ ଥିବା ଜିଲାସ୍ତରୀୟ ଖୋ ଖୋ ଚମ୍ପିୟନସିପ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ । ଲଗାଣ ବର୍ଷା ଯୋଗୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇ ଆସନ୍ତା ୧୬ରୁ ଆରମ୍ଭ ହୋଇ ୧୮ ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଖୋ ଖୋ ପ୍ରତିଯୋଗିତାରେ ଜିଲାର ୨୨ଟି ବ୍ଲକର ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ପଡିଆରେ ବର୍ଷା ପାଣି ଜମି ଷ୍ଟାଡିଅମ ପଡିଆଟି ସମ୍ପୂର୍ଣ କାଦୁଅ ହୋଇଯାଇଛି । ସମସ୍ତ ପ୍ରସ୍ତୁତି ସରିଥିଲା ବେଳେ ହେଲେ ବର୍ଷା ଯୋଗୁ ଏହି ପଡିଆରେ ଖେଳ ସମ୍ଭବ ହୋଇ ନ ପାରିବା କାରଣରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରା କହିଛନ୍ତି । ପ୍ରଥମ ଥର ପାଇଁ ଏଠାରେ ୬୯ ତମ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ବ୍ଲକର ସମସ୍ତ ପିଇଟି ଶିକ୍ଷକଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଥିବା ବେଳେ ବର୍ଷା ଦାଉ ସାଧିଛି ।


