ଜିଲାସ୍ତରୀୟ ସ୍ବାଧୀନତା ଦିବସ: ଖୋର୍ଦ୍ଧାରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ସମାରୋହ ବିଜେବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସନତ ମହାନ୍ତି ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରି କହିଲେ, କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ କ୍ଷେତ୍ରରେ ଭାରତ ବିଶ୍ବରେ ଉତ୍କର୍ଷତା ଲାଭ କରିଛି। ଭାରତ ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ବିକାଶଶୀଳ ରାଷ୍ଟ୍ର ଭାବେ ପ୍ରଗତି ପଥରେ ଆଗେଇ ଚାଲିଛି।
ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ଯୋଦ୍ଧାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ, ଅନୁଜ ଦାସ ପଟ୍ଟନାୟକ, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଉପଜିଲାପାଳ ଆଇ. ଗୌରବ ଶିବାଜୀ, ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।