ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୧୫।୨: ରାଜ୍ୟରେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରୁଛି। ବିଜେଡି ଶାସନରେ ଲୋକ ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅରାଜକତା ଓ ଦୁର୍ନୀତି ବରୋଧରେ ବୁଧବାର ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭଦ୍ରକରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ ପାଢ଼ୀ, ଡ଼ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ସହରର ଗାନ୍ଧୀପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଜିଲାପାଳଙ୍କ ଅଫିସ ଆଗରେ ନାରବାଜୀ ଦେବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ସହ ଭାଜପା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଜିଲାର ସମସ୍ତ ବ୍ଲକରୁ ଶହଶହ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ!