ବିନା ବିଜୁଳି ଆଲୋକରେ ଅଫିସରେ କାମ କଲେ ଜିଲାପାଳ

ଗାଜିଆବାଦ, ୧୦।୯: ଜିଲାପାଳ ନିଜ ଅଫିସରେ ବିନା ବିଜୁଳି ଆଲୋକରେ ଜାଣିଶୁଣି କାମ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ମଧ୍ୟପ୍ରଦେଶର ଗାଜିଆବାଦ୍‌ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ଏଭଳି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅଯଥାରେ ବିଦ୍ୟୁତ୍‌ ଖର୍ଚ୍ଚ ନ କରିବା ଲାଗି ସେ ଜିଲାପାଳ କାର୍ଯ୍ୟାଳୟରେ ଘଣ୍ଟାଏ ଲାଗି ବିଦ୍ୟୁତ୍‌ କାଟ୍‌ କରିଥିଲେ। ନିଜେ ଅଫିସ୍‌ରେ ବସି ଅନ୍ଧାରରେ କାମ କରିଥିଲେ। ଅନ୍ୟ ଅଧିକାରୀମାନେ ପ୍ରବଳ ଗରମରେ ବସି ଳୋକଙ୍କ ଅଭିଯୋଗ ଶୁଣିଥିଲେ। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅଜୟ ଯେ କୌଣସି ବିଭାଗରେ ଥିବା ଦୋଷ ଦୁର୍ବଳତା ସୁଧାରିବା ଳାଗି ଉଦ୍ୟମ ଜାରି ରଖିଛନ୍ତି। ଏହାପୂର୍ବରୁ ସେ ହଜାରେ ଟଙ୍କା ଜରିମାନା ଦେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ଜିଲାପାଳ କାର୍ଯ୍ୟାଳୟ ପରିସରରେ ଏକ ପାଣି ପାଇପ୍‌ରୁ ଅଯଥାରେ ନଷ୍ଟ ହେଉଥିଲା। ଏହାର ପ୍ରଶ୍ନରେ କୌଣସି ଅଧିକାରୀ ଉତ୍ତର ଦେଇପାରି ନ ଥିଲେ। ଏହି ଘଟଣା ପାଇଁ ନିଜକୁ ଦାୟୀ କରି ଅଜୟ ହଜାର ଟଙ୍କା ଜରିମାନା ଦେଇଥିଲେ।

Share