ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଭଣ୍ଡାରିପୋଖରୀ,୨୬।୯(ସ୍ବ.ପ୍ର.): ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୋମବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ଡାକ୍ତରଖାନା ପରିସରରେ ପ୍ରାୟ ୧୩ କୋଟି ୧୫ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରକୋଷ୍ଠଗୁଡ଼ିକୁ ଜିଲାପାଳ ବୁଲି ଦେଖିଛନ୍ତି। ଏଥିସହ ୩୯ ଲକ୍ଷ ଟଙ୍କାରେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଥିଲେ। ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ମେଡିକାଲ ଅଧିକାରୀ ଡା. କମଳାକାନ୍ତ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲବ ସ୍ବାଇଁ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।