ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ପତାକା ଉତ୍ତୋଳନ ପୂର୍ବରୁ ସମୁହ ବନ୍ଦେ ମାତରଂ ଗାନ କରାଯାଇଥିଲା। ଆଟିବିପି ହୀମବୀର, ୬ଷ୍ଠ ଆର୍‌ବିଏନ୍‌ ବାଟାଲିୟନ, ରିଜର୍ଭ ପୋଲିସ ସମେତ ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏନସିସି, ସ୍କାଉଟ ଓ ଗାଇଡସ୍‌ ଛାତ୍ରୀଛାତ୍ରଙ୍କ ସହ ୫୨ କଣ୍ଟିଜେଣ୍ଟ ଯୋଗଦେଇ ପରେଡ ପ୍ରଦର୍ଶନ କରିଥିଲେ।

ଏପରିକି ୫ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଆକର୍ଷୀୟ ସମରକଳା ପ୍ରଦର୍ଶନ କରିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଜିଲା ପରିଷଦ, ନିର୍ବାଚନ ବିଭାଗର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇ ସଚେତନତାର ବାତ୍ତା ଦେଇଥିଲା।

କାର୍ଯ୍ୟକ୍ରମରେ ନିମନ୍ତ୍ରୀତ ମାନ୍ୟଗନ୍ୟ ବ୍ୟକ୍ତି, ଶିକ୍ଷାବିତ, ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Share