ଜିଲାସ୍ତରୀୟ ଶିଶୁ, କିଶୋର ଶ୍ରମିକ ସର୍ବେକ୍ଷଣ

ଦେବଗଡ, ୧୧।୧୨(ଡି.ଏନ.ଏ)-ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ନିୟମ ଅନୁଯାୟୀ ଦେବଗଡ ଜିଲାରେ ୬ ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ଶ୍ରମିକ ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପର ଅଧ୍ୟକ୍ଷ-ତଥା ଜିଲାପାଳ ସୁଧାଂଶୁ ମୋହନ ସାମଲ ନିର୍ଦ୍ଦେଶ ଦେଇଛନ୍ତି । ଜିଲାର ଅଙ୍ଗନଓ୍ବାଡି କର୍ମୀମାନେ ଏହି ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ପ୍ରକଳ୍ପ ସମିତି ଦ୍ୱାରାସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାର ସମସ୍ତ ସିଡିପିଓ ଓ ସୁପରଭାଇଜରଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ମିଶନ ଶକ୍ତିଭବନରେ ଆୟୋଜିତ ହୋଇଯାଇଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିଭିଜନାଲ ଶ୍ରମ କମିଶନର ପ୍ରସନ୍ନ କୁମାର ସିଂହ ଯୋଗ ଦେଇ ସର୍ବେକ୍ଷଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର ଡ.ସମୀରକୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭାରତ ସରକାରଙ୍କ ନିୟମାନୁଯାୟୀ ପ୍ରତ୍ୟେକ ତିନି ବର୍ଷରେ ଥରେ ଜିଲାରେ ୬ ରୁ ୧୮ ବର୍ଷର ଶିଶୁ ଓ କିଶୋର ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସର୍ବଶିକ୍ଷା ଅଭିଯାନ ଓ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଥଇଥାନ କର ଶିକ୍ଷାର ମୂଖ୍ୟସ୍ରୋତରେ ସାମିଲ କରାଯାଉଛି।