ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ ଲଢୁଛନ୍ତି। ତେବେ ଦିବ୍ୟଦାନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଭାବେ ଦିବ୍ୟଦାନ ସୁନା ଦାୟିତ୍ୱ ତୁଲାଉଥିଲେ। ଚଳିତ ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ଟିକେଟ ମିଳିଲା ନାହିଁ। ଏଠାରେ ବିଜେଡି ନୂଆ ଚେହେରା ନାରାୟଣ ରଥଙ୍କୁ ଟିକେଟ ଦେଇଛି। କଂଗ୍ରେସ ବୃନ୍ଦାବନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ଦିବ୍ୟଦାନଙ୍କ ଭଳି ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ପ୍ରେମାଞ୍ଜଳି ନାଗ। ବିଜେଡିକୁ ଟକ୍କର ଦେଇ ବିଜୟୀ ହେବେ ବୋଲି ଦିବ୍ୟଦାନ କହିଛନ୍ତି। ଏହାକୁ ନେଇ ଚିନ୍ତାରେ ବିଜେଡି ପ୍ରାର୍ଥୀ ଓ ଜିଲା ବିଜେଡି ନେତୃବୃନ୍ଦ। ବିଜେଡି ଟିକେଟ ନ ମିଳିବାରୁ ଦିବ୍ୟଦାନ ଉପସଭାପତି ପଦରୁ ଇସ୍ତଫା ଦେଇଥିବା ବେଳେ ତାହା ଗୃହୀତ ହୋଇ ନ ଥିବା ସେ କହିଛନ୍ତି। ସେ ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ପଞ୍ଚାୟତରେ ୪ଥର ସରପଞ୍ଚ ଓ ସମିତି ସଭ୍ୟ ହୋଇଥିବା ବେଳେ ୨୦୧୨ରୁ ୨୦୧୭ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଥିଲେ। ୬ମାସ ପାଇଁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ନୂଆ ଚେହେରାକୁ ଆଣି ଟିକେଟ ଦେଇଥିବାରୁ ତାହାର ଉଚିତ ଜବାବ ଦେବେ ବୋଲି ଦିବ୍ୟଦାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ

ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ...

ସୋସିଆଲ ମିଡିଆରେ କରୋନା ଗୁଜବ ମହଙ୍ଗା ପଡିଲା: ଶିକ୍ଷକ କୋର୍ଟଚାଲାଣ

ଭବାନୀପାଟଣା,୧୫।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ସମ୍ପର୍କିତ ମିଛ ଖବରକୁ ସୋସିଆଲ...

ଦମ୍ପତିଙ୍କଠାରୁ ୪୦ ହଜାର ଝାମ୍ପି ନେଲେ

ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ୍‌ ନିକଟରୁ ଦୁର୍ବୃତ୍ତ ଦମ୍ପତିଙ୍କଠାରୁ ୪୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏ ନେଇ...

ଚର୍ତୁମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୪ା୯: ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପବିତ୍ର ଭାଦ୍ରବ ପୂର୍ଣ୍ଣିମାରେ ଶୁକ୍ରବାର ଚର୍ତୁମାସ୍ୟା ବ୍ରତ ସମାପନ କରିଛନ୍ତି। ଏହି...

ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ

ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ।...

ଚିଙ୍ଗୁଡ଼ିଘେରି ସମ୍ପୂର୍ଣ୍ଣ ଉଚ୍ଛେଦ ଉପରେ ଗୁରୁତ୍ୱ

କଟକ ଅଫିସ,୧୨ା୮: ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଚିଙ୍ଗୁଡ଼ିଘେରି ଉଚ୍ଛେଦ ପ୍ରକ୍ରିୟାକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି...

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍‌ ପାର୍କିଂ

ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍‌ ପାର୍କିଂକୁ ବୁଧବାର ସାରେ ହଟାଯାଇଛି।...

Advertisement
Archives

Model This Week