ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହା ପରଠାରୁ ତାଙ୍କୁ ଘରେ ଭତ୍ତା ଦିଆଯିବ ବୋଲି ତେଲକୋଇ ବ୍ଲକ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଭତ୍ତା ଟଙ୍କା ପାଇବା ପାଇଁ ପଥୁରୀ ଦେହୁରୀ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହିତ ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଥିଲା। ଏହି ଘଣ୍ଟାରେ ସାମ୍ନାକୁ ଆସିବା ପରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ ରାଇସୁଆଁ ଗାଁ ଫରେଷ୍ଟ ଚେକ ଗେଟ ପାଖ ସାହିର ପଥୁରୀ ଦେହୁରୀ (୭୦) ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତାର ଜଣେ ହିତାଧିକାରୀ। ତାଙ୍କୁ ପଞ୍ଚାୟତରୁ ଭତ୍ତା ମିଳେ, ତେବେ ଭତ୍ତା ଟଙ୍କା ପାଇଁ ତାଙ୍କୁ ଦୁଇ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ବାର୍ଦ୍ଧକ୍ୟ ଯୋଗୁ ପଥୁରୀ ଚାଲି ପାରନ୍ତି ନାହିଁ । ତେଣୁ ତାଙ୍କୁ ହାତ, ପାଦରେ ଗୁରୁଣ୍ଡୁ ଗୁରୁଣ୍ଡି ଖାଲ ଖମା, କାଦୁଆ ରାସ୍ତାରେ ପଞ୍ଚାୟତକୁ ଯିବାକୁ ପଡୁଥିଲା। ସରକାରଙ୍କ ନିର୍ଦେଶ ରହିଛି ଯେ, ଭିନ୍ନକ୍ଷମ, ଅକ୍ଷମ ବୃଦ୍ଧାବୃଦ୍ଧଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ। କିନ୍ତୁ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ବାବୁ ପରି ପଞ୍ଚାୟତରେ ବସୁଥିଲେ ମଧ୍ୟ ପଥୁରୀ ଙ୍କ ପ୍ରତି କୌଣସି ପଦକ୍ଷେପ ନେଉ ନଥିଲେ।

କେନ୍ଦୁଝର ଜିଲାରେ ପଞ୍ଚାୟତ ଗୁଡିକର ଭୌଗୋଳିକ ସ୍ଥିତି ଏମିତି ଯେ, ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡିକର ଦୂରତା ଅଧିକ ରହିଛି । ଅନେକ ଏପରିସ୍ଥଳେ ୮ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଭତ୍ତା ହିତାଧିକାରୀ ଚାଲି ଚାଲି ଯାଇ ଭତ୍ତା ଅର୍ଥ ପଞ୍ଚାୟତରୁ ପାଉଛନ୍ତି। ଅନ୍ୟପଟେ ଯେଉଁ ହିତାଧିକାରୀ ଜାତୀୟ ଭତ୍ତାରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ଦିଆଯିବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କକୁ ଯାଇ ଭତ୍ତା ଅର୍ଥ ଉଠାଇବା ବୃଦ୍ଧାବୃଦ୍ଧାଙ୍କ ପକ୍ଷରେ ଯନ୍ତ୍ରଣାଦାୟକ ହେଉଛି। ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଉଠାଇବାର ବ୍ୟବସ୍ଥା ଥିଲେ ମଧ୍ୟ ବ୍ୟାଙ୍କ ମିତ୍ରମାନେ ମିନି ବ୍ୟାଙ୍କ ଖୋଲି ତାଙ୍କ ବେପାର ଚଳାଉଛନ୍ତି। ଏସବୁ ସମସ୍ୟାର ସମାଧାନ ସରକାର ନ କଲେ ଭତ୍ତା ହିତାଧିକାରୀ ଏମିତି ଯନ୍ତ୍ରଣା ଭୋଗୁଥିବେ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାରେ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଭିନ୍ନକ୍ଷମ ବା ବୃଦ୍ଧାବୃଦ୍ଧ ଭତ୍ତା ପାଇଁ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି। ଅନେକ ମଧ୍ୟ ଯିବା ଆସିବା କରି ପାରୁ ନ ଥିବାରୁ ଆଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଣୁ ଏନେଇ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri