ଚାପରେ ଜିଲା ପ୍ରଶାସନ ଚେପା

କେନ୍ଦ୍ରାପଡ଼ା ଅଫିସ, ୨୬ା୭:୨୦୧୪ ଅକ୍ଟୋବର ୨୧ରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ୧୪୭ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ବିଜ୍ଞପ୍ତି (ନଂ.୨୧୮୦ଜେ) ପ୍ରକାଶ କରାଯାଇଛି। ଏହି ଚିହ୍ନଟ ଗ୍ରାମ ବର୍ଦ୍ଧିତ ଚିଙ୍ଗଡ଼ି ଘେରି ପାଇଁ ବିପଦରେ ପଡ଼ିଛି। ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି। ଏହି ଘେରିରୁ ନିର୍ଗତ ରାସାୟନିକ ସାମଗ୍ରୀ ପରିବେଶକୁ ନଷ୍ଟ କରୁଛି। ଏଠାରେ ଲାଗିଥିବା ମୋଟର ଓ ଏଭିଏଟର ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ପାଇଁ ବିପଦ ହୋଇଛି। ହାଇକୋର୍ଟରୁ ବାରମ୍ବାର ତାଗିଦ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ କୌଣସି ଚାପରେ ପଡ଼ି ଚେପା ହୋଇଯାଇଥିବା ଅଭିଯୋଗ ହେଉଛି। ଏହା ପରିବେଶ ସୁରକ୍ଷା ଆଇନ ୧୯୮୬ର ଖୋଲାଖୋଲି ଉଲ୍ଲଂଘନ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୨୦୧୭ ମସିହାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏପରିକି ଏହି କାର୍ଯ୍ୟର ତଦାରଖ ପାଇଁ କୋର୍ଟ ପକ୍ଷରୁ ମୋହିତ ଅଗ୍ରୱାଲଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତ କରାଯାଇଛି। ୨୦୨୦ରେ ଏ ନେଇ ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି ଚାଷୀଙ୍କୁ ନୋଟିସ ସହି ଘେରି ଭଙ୍ଗାହୋଇଥିଲା। ପ୍ରଶାସନର ନୀରବତା ଏହି ବର୍ଗର ଚାଷୀଙ୍କୁ ସୁହାଇଛି। ମହାକାଳପଡ଼ା ବଡଟୁବି ଅଞ୍ଚଳରେ ଏବେ ଶତାଧିକ ଏକର ଜମିରେ ଘେରି ନିର୍ମାଣ ହୋଇଛି। ତଟାଞ୍ଚଳରେ ଘେରି ନିର୍ମାଣ ଫଳରେ ବଣପଦା, ଭୂଇଁପୁର, ଗୋଗୁଆ, ଇଶାନୀପଲା, ହରିପୁର, କଜଳାବନ୍ଧ କଳତୁଙ୍ଗା, କାକଟପୁର, କୋରିଆପଲା, ନରସିଂହପୁର, ମଲାଡିହ, ପାଉଁଶିଆପାଳ, ରଟପଙ୍ଗ, ଶଙ୍ଖଚିତ, ଶାସନ, ସିଙ୍ଗାରପୁର, ତନ୍ତିଆପାଳ, ବେଣାକନ୍ଦା, ତେଲଙ୍ଗା, ପାଣିଖିଆ ଆଦି ୧୪୭ ଗ୍ରାମର ପରିବେଶ ନଷ୍ଟ ହେବ। ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବନ ବିଭାଗ, ବନ୍ୟପ୍ରାଣୀ ବିଭାଗ, କୋଷ୍ଟାଲ ଆକ୍ୱା କଲଚର ଅଥରିଟି ଓ ହାଇକୋର୍ଟ ପକ୍ଷରୁ ପ୍ରସ୍ତୁତ ସିଇସି (ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି) ଗାଇଡ୍‌ଲାଇନକୁ ଚିଙ୍ଗୁଡ଼ି ଘେରି ଉଲ୍ଲଂଘନ କରୁଛି। ଏହି ଘେରିରେ ଖାଦ୍ୟ, କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ହେତୁ ଗ୍ରାମ ପରିବେଶ ବିଷାକ୍ତ ହୋଇଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତ , ନିମ୍ନମାନର ପାଣି ମୋଟର ଓ ଏଭିଏଟର ପାଇଁ ଗତ ୩ବର୍ଷ ମଧ୍ୟରେ ଚିଙ୍ଗୁଡ଼ି ଘେରିରେ ୧୧ଟି ଦୁର୍ଘଟଣା ହେଲାଣି। ଏଥିରେ ରାଜନଗରର ଜଣେ ମରିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏଠାରେ ବ୍ୟବହୃତ ଯନ୍ତ୍ରଗୁଡିକ କେତେକ ବ୍ୟବସାୟୀ ଦିଲ୍ଲୀ, ମୁମ୍ବାଇ, କୋଲିକତା ଆଦି ସ୍ଥାନରୁ ବିନା ରସିଦରେ ଆଣୁଛନ୍ତି। ଏହି ମୋଟର ଓ ଏଭିଏଟରଗୁଡିକ ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ଜୀବନମରଣ ସମସ୍ୟା ଦେଖାଦେଇଛି। ଏପରିକି କେତେସ୍ଥଳରେ ପାଣି ମୋଟର ଚାଲୁଥିବା ସମୟରେ ମଧ୍ୟ ବିସ୍ଫୋରଣ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇନାହିଁ। ନିକଟରେ ମହାକାଳପଡ଼ା କଣ୍ଡରାପାଟିଆଠାରେ ୧୭୦ ଏକର ଜମିକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାସହ ସ୍ଥାନୀୟ ତହସିଲଦାରମାନେ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡ଼ି ଘେରିର ଚିହ୍ନଟ ଓ ଉଚ୍ଛେଦ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri