ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ ପରସା ଗଲା ଭାତ ଓ ଅଣ୍ଡା । କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ଅଙ୍ଗନବାଡିରେ ଏକ ମାସ ହେବ ରୋଷେଇ ବନ୍ଦ ହେବା ସହିତ ରନ୍ଧା ଖାଦ୍ୟ ଶିଶୁଙ୍କୁ ମିଳୁ ନ ଥିବା ଅଭିଯୋଗ ଆସିଥିଲା। ଅଙ୍ଗନବାଡି କର୍ମୀ ବେଲମଣି ହେମ୍ବ୍ରମ ଅଙ୍ଗନବାଡି ନ ଆସିବା ଏବଂ ପୋଷଣ ସାମଗ୍ରୀ ସହିତ ଅଙ୍ଗନବାଡିକୁ ଚାଉଳ ଏବଂ କାଠ ନ ଆଣିବାରୁ ରୋଷେଇ ବନ୍ଦ ହେବାର ଅଭିଯୋଗ ହୋଇଥିଲା।

ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ଜିଲା ପ୍ରଶାସନ । ଉପଖଣ୍ଡସ୍ତରୀୟ ପ୍ରୋଗ୍ରାମ ଅଫିସରଙ୍କ ସହିତ ଦୁଇ ଜଣିଆ ଜିଲା ଟିମ, କପ୍ତିପଦା ବିଡ଼ିଓ, ତହସିଲଦାର ଏବଂ ମଙ୍ଗଳ ସମ୍ପ୍ରସାରଣ ବିଭାଗ ପକ୍ଷରୁ ମିଳିତ ଭାବେ ଘଟଣାର ତଦନ୍ତ କରାଯାଇଛି । ଏହା ସହିତ ଅଭିଯୋଗ ଅନୁସାରେ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ଏକ ମାସ ପରେ ପୁଣି ଅଙ୍ଗନବାଡିରେ ଆରମ୍ଭ ହୋଇଛି ରୋଷେଇ। ଶିଶୁମାନଙ୍କୁ ପରସା ଯାଇଛି ଭାତ, ତରକାରୀ ସହିତ ଅଣ୍ଡା। ଏହା ସହିତ ଅଙ୍ଗନବାଡି କର୍ମୀଙ୍କୁ ତଦନ୍ତ ସମୟରେ ତାଗିଦ ମଧ୍ୟ କରାଯାଇଛି ।

 

Dharitri – Odisha’s No.1 Odia Daily

Share