ଛତ୍ରପୁର,୨୬ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପରିଷଦ କାର୍ଯ୍ୟାଳୟରେ ଗୁରୁବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଓ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ଯୋଗଦେଇଥିଲେ।
ଏଥିସହ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ପ୍ରୋଗ୍ରାମ ମ୍ୟାନେଜର ବାଣୀ ସୁକାନ୍ତ ପଟ୍ଟନାୟକ, ସୌମ୍ୟରଞ୍ଜନ ହୋତା, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ସମେତ ଜିଲାପରିଷଦ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଦିବସ ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୂଳମନ୍ତ୍ର ଓ ମୂଲ୍ୟବୋଧ, ଗଣତନ୍ତ୍ର, ନ୍ୟାୟ, ସମାନତା ଓ ସୱାଧୀନତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା।