ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ

କୁଆଁରମୁଣ୍ଡା, ୧୧।୧୨(ଡି.ଏନ.ଏ.)-ବୁଧବାର କୁଆଁରମୁଣ୍ଡା ବ୍ଲକ ଭାଟିଟୋଲି ପଡିଆରେ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ପାନପୋଷ ଉପଖଣ୍ଡର କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ୧୮ଟି ଲେଖାଏଁ ସାଂସ୍କୃତିକ ଓ କ୍ରୀଡା ଅନୁଷ୍ଠାନକୁ ସାଂସ୍କୃତିକ ଓ କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, କୁଆଁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ମାଗଦାଲି କୋନଗାଡି, କୁଆଁରମୁଣ୍ଡା ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ତଥା ଡୁମେରଯୋର ସମିତି ସଭ୍ୟ ରାଜେନ୍ଦ୍ର କୁଜୁର, ନୂଆଗାଁ ବ୍ଲକ ଅଧ୍ୟକ୍ଷ ମକଲୁ ଏକ୍କା, କୁଆଁରମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କୁଆଁରମୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ସମିତି ସଭ୍ୟ ରାଜେଶ ହାସଦା, କୁଆଁରମୁଣ୍ଡା ସରପଞ୍ଚ ସୁଷମାକାନ୍ତି କିଣ୍ଡୋ, ସମିତି ସଭ୍ୟ ଗଜେନ୍ଦ୍ର ସାହୁ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ନିମନ୍ତୀ ଲୁଗୁନ୍‌, ଜିଲା ପରିଷଦ ସଭ୍ୟା ସୁନୀତା ଅହିର, ପୂର୍ବତନ ସୁନ୍ଦରଗଡ଼ ଅର୍ବାନ କୋଅପରେଟିଭ୍‌ ସୋସାଇଟି ଉପାଧ୍ୟକ୍ଷା ସନ୍ଧ୍ୟା ଲାକ୍ରା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବନେତା ରାଜେଶ ଖାଲଖୋ, ମନୋଜ ଦାସ ପ୍ରମୁଖ ପରିଚାଳନା କରିଥିଲେ।