Categories: ଫୁରସତ

ଯୌନ ରୋଗରୁ ରକ୍ଷା ପାଇଁ ଗର୍ଭନିରୋଧକ ବଣ୍ଟନ

ବ୍ୟାଙ୍କକ: ବର୍ତ୍ତମାନ ସମୟରେ ଅନେକ ଯୁବତୀଯୁବକ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଫଳରେ ବହୁ ରୋଗର ସମ୍ମୁଖୀନ ହେଉଛନ୍ତି। ଏହିଭଳି ରୋଗରୁ ବର୍ତ୍ତିବା ପାଇଁ ଥାଇଲାଣ୍ଡ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ପ୍ରେମୀଯୁଗଳଙ୍କ ପାଇଁ ସାପ୍ତାହିକ ପ୍ରେମ ଦିବସ ଆସୁଥିବାବେଳେ ସେମାନଙ୍କ ସୁରକ୍ଷିତ ଜୀବନ ପାଇଁ ମାଗଣାରେ ୯୫ ମିଲିୟନ୍‌ କଣ୍ଡୋମ ବଣ୍ଟନ ପାଇଁ ଯୋଜନା ରହିଛି। ଫେବୃୟାରୀ ୧ରୁ ସାର୍ବଜନୀନ ସ୍ବାସ୍ଥ୍ୟକାର୍ଡଧାରୀଙ୍କୁ ଜଣକା ୧୦ଟି କଣ୍ଡୋମ ପ୍ରଦାନ କରାଯିବ। ରିପୋର୍ଟ ଅନୁସାରେ, ୨୦୨୧ରେ ଥାଇଲାଣ୍ଡରେ ଅସୁରକ୍ଷିତ ଯୌନ ସମ୍ପର୍କଜନିତ ରୋଗ ବୃଦ୍ଧି ପାଇଥିବା ଜଣାପଡିଛି। ପ୍ରତି ୧୦୦୦ରୁ ପ୍ରାୟ ୨୪.୪ ପ୍ରତିଶତ ୧୫ରୁ ୧୯ ବର୍ଷ ବୟସର ଥାଇଲାଣ୍ଡ ବାଳିକା ଗର୍ଭଧାରଣ କରୁଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡ଼ିଛି।

Share