ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ ଅନୁଗୋଳର ୧୧୮ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୟସ ଗଡ଼ିଯାଉଥିବାରୁ ତୁରନ୍ତ ପରୀକ୍ଷା କରାଯିବା ଦାବିରେ ଏହି ଆଶାୟୀ ଯୁବକମାନେ ଆନ୍ଦୋଳନ ପାଇଁ ରବିବାର ରାଜପଥକୁ ଓହ୍ଲାଇବେ ବୋଲି ଶନିବାର ଅନୁଗୋଳ ଉପଜିଲାପାଳଙ୍କ ସହ ପୋଲିସକୁ ଅବଗତ କରିଛନ୍ତି।
ପ୍ରକାଶ ଯେ, ସମ୍ବଲପୁରଠାରେ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ (ଏଆର୍‌ଓ) ପକ୍ଷରୁ ୨୦୨୧ ମାର୍ଚ୍ଚ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୋପାଳପୁରଠାରେ ନିଯୁକ୍ତି ମେଳା କରାଯାଇଥିଲା। ଉକ୍ତ ନିଯୁକ୍ତି ମେଳାରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଯାଞ୍ଚ ହୋଇଥିଲା। ଏହାପରେ ଲିଖିତ ପାରୀକ୍ଷା ପାଇଁ ମେ ୩୦କୁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେତେବେଳେ ଦେଶରେ କରୋନାର ମାତ୍ରାଧିକ ପ୍ରଭାବ ଥିବାରୁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରାଯାଇ ନୂଆ ତାରିଖ ଜୁଲାଇ ୨୫କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଲିଖିତ ପରୀକ୍ଷା ପୁଣି ବାତିଲ ହୋଇଥିଲା। ସେବେଠାରୁ ପରୀକ୍ଷା ପାଇଁ ଆଉ ତାରିଖ ଦିଆଯାଉନାହିଁ। କେବେ ପରୀକ୍ଷା ହେବ ସେ ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ଏଯାଏ ଆସୁନାହିଁ। ଫଳରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଯୁବକମାନେ ଏ ନେଇ ସମ୍ବଲପୁରରୁ ଅନୁଗୋଳ ପର୍ଯ୍ୟନ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବାରମ୍ବାର ଧାଉଁଥିଲେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଚିଠି ଆସିଲେ ଜଣାଇ ଦିଆଯିବ ବୋଲି କେବଳ କୁହାଯାଉଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ପୂର୍ବପରି କରୋନା ସଂକ୍ରମଣ ଦେଶରେ ନାହିଁ। ଅନ୍ୟ ପାରା ମିଲିଟାରି ନିଯୁକ୍ତି ମଧ୍ୟ ହେଲାଣି। ଏପରି କି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଅନ୍ୟାନ୍ୟ ପରୀକ୍ଷା ହେଉଥିବାବେଳେ ଆର୍ମି ନିଯୁକ୍ତି ପରୀକ୍ଷା କାହିଁକି କରାଯାଉନାହିଁ ବୋଲି ଅପେକ୍ଷା କରିଥିବା ଯୁବକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ କରିବା ସହ ବୟସରେ କୋହଳ କରିବାକୁ ସେମାନେ କରିଛନ୍ତି। ତେବେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଥିବାରୁ ଜିଲା ପ୍ରଶାସନ କିଛି କରିପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଭବିଷ୍ୟତରେ ସମସ୍ୟା ହେଲେ କିଏ ଦାୟୀ ରହିବେ
ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ରକ୍ତକୁ ପାଣି କରି ପରିଶ୍ରମ କରିଛୁ। ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛୁ। କିନ୍ତୁ ଲିଖିତ ପରୀକ୍ଷା କରାଯାଉନାହିଁ। ଯଦି ଆଗକୁ କୌଣସି କାରଣରୁ କିଛି ଅସୁବିଧା ହେଲା, ତେବେ ଏ ନେଇ କିଏ ଦାୟୀ ରହିବେ।
-ଅବନୀ ରଞ୍ଜନ ସାହୁ

ସମସ୍ତେ ଚିନ୍ତାରେ ରହୁଛନ୍ତି
ପରୀକ୍ଷା କେବେ କରାଯିବ ତାହା କୁହାଯାଉ ନାହିଁ। ଏହାକୁ ନେଇ ସମସ୍ତେ ଚିନ୍ତାରେ ରହୁଛନ୍ତି। ଦେଶରେ ବେକାରି ସମସ୍ୟା ବଢ଼ୁଥିବା ବେଳେ ଆର୍ମି ନିଯୁକ୍ତି ଏ ଦିଗରେ କିଛିଟା ଆଶ୍ୱାସନା ହୋଇପାରନ୍ତା। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।
-ବିବେକ ଦେବତା

ଚୂଡ଼ାନ୍ତ ତାରିଖ ପ୍ରଦାନ କରାଯାଉ
ଲିଖିତ ପରୀକ୍ଷା ବାରମ୍ବାର ବାତିଲ ପରେ ଆଗାମୀ ପରୀକ୍ଷା ନେଇ ସରକାର ଚୁପ୍‌ ହୋଇ ବସି ଯାଇଛନ୍ତି। ଆଶାୟୀ ଯୁବକମାନଙ୍କ କଥା ଚିନ୍ତା କରି କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ତାରିଖ ପ୍ରଦାନ କରନ୍ତୁ। ଏହା ହେଲେ ଆଶାୟୀମାନେ ଆଶ୍ୱସ୍ତି ଲାଭ କରିବେ।
-ସୌମ୍ୟରଞ୍ଜନ ଗଡ଼ନାୟକ

ବୟସ କୋହଳ କରାଯାଉ
ଲିଖିତ ପରୀକ୍ଷା କରାଯାଉ ନ ଥିବାବେଳେ ଆଶାୟୀମାନଙ୍କ ବୟସ ମଧ୍ୟ ବଢ଼ିବାରେ ଲାଗିଛି। ଆଉ କିଛି ଦିନ ପରେ ନିଯୁକ୍ତି ବୟସ ଚାଲିଯିବ। ଫଳରେ ସେମାନଙ୍କ ପାଇଁ ସୁଯୋଗ ରହିବ ନାହିଁ। ତେଣୁ ୨ ବର୍ଷ ବୟସ କୋହଳ କରାଯାଉ।
-ଚନ୍ଦ୍ରକାନ୍ତ ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri