ବିଏମ୍‌ସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ସହରବାସୀ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କିଛି ଅମାନିଆ ସୁଧୁରୁ ନ ଥିବାରୁ ଏବେ ପୂରା ଆକ୍ସନମୋଡ୍‌ରେ ବିଏମ୍‌ସି। ଆଉ ଚେତାବନୀ ନୁହେଁ, ସିଧାସିଧା ଜରିମାନା, ନଚେତ୍‌ ଦୋକାନ ବଜାର ସିଲ୍‌ କିମ୍ବା ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣ ଚାଲିଥିବାରୁ ସହରକୁ କିପରି ସୁନ୍ଦର ରଖାଯାଇପାରିବ ସେ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଦେଉଛି। ଏଥିପାଇଁ ପ୍ରାୟ ପ୍ରତ୍ୟେକ ଦିନ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଜରିମାନା ଆଦାୟ କରିବା ସହିତ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେଉଛି। ତେବେ ବିଏମ୍‌ସିର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବା ଜରିମାନା ଆଦାୟକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ୧ ହଜାର କି ୨ହଜାର ନୁହେଁ, ପୂରା ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି। ବିଏମ୍‌ସି ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାବେଳେ ଜରିମାନା ନାମରେ ଲୋକଙ୍କ ଉପରେ ଜୁଲମ କରାଯାଉଥିବା ଅଭିଯୋଗ କରାଯାଉଛି।
ପରିମଳ ବ୍ୟବସ୍ଥାରେ ଖିଲାପ କଲେ କିମ୍ବା କାନ୍ଥବାଡ଼ରେ ପୋଷ୍ଟର ଲଗାଇଲେ ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ କରାଯାଉଥିଲା। ତେବେ ଶନିବାର ଏକ ଯାତ୍ରାପାର୍ଟି ଏବଂ ଘରୋଇ ଟିଭି ଚ୍ୟାନେଲକୁ ହୋଇଥିବା ମାତ୍ରାଧିକ ଜରିମାନାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସକାଳ ପ୍ରାୟ ୮ଟା ବେଳକୁ ବିଏମସି ଯାତ୍ରାପାର୍ଟି ଶ୍ରୀ ବିଶ୍ୱ ଦରବାରକୁ ୫୦ହଜାର ଜରିମାନା କରିବା ସହ ପାର୍ଟି ନାମରେ ଏଫ୍‌ଆଇଆର୍‌ ଦାଏର କରିଥିବା ଟୁଇଟ୍‌ କରିଥିଲା। ସମ୍ପୃକ୍ତ ଯାତ୍ରାପାର୍ଟି ପକ୍ଷରୁ ବେଆଇନ୍‌ ଭାବେ କାନ୍ଥରେ ପୋଷ୍ଟର ମରାଯାଇ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଦର୍ଶାଇ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। ସେହିଭଳି ଜୀ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ଆମ ଝିଲ୍ଲି’ର ହୋର୍ଡିଂ ମଧ୍ୟ ବେଆଇନ୍‌ ଭାବେ ମରାଯାଇଥିବା ଏବଂ ଏଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ସମ୍ପୃକ୍ତ ଟିଭି ଚ୍ୟାନେଲକୁ ୫୦ହଜାର ଟଙ୍କାର ଜରିମାନା ସହ ସଂସ୍ଥା ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। କେବଳ ସେତିକି ନୁହେଁ, ଗୋପବନ୍ଧୁ ଡେଲ୍‌ଟା ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଖରାପ ପରିମଳ ପାଇଁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି। ଏସବୁକୁ ନେଇ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି। ସହରବାସୀଙ୍କୁ ବିଏମ୍‌ସି ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହେଉଥିବାବେଳେ ଛୋଟଛୋଟ ଭୁଲ୍‌ ପାଇଁ ଏତେମାତ୍ରାରେ ଜରିମାନା ଆଦାୟ କରି ଖୋଲାଖୋଲି ଭାବେ ଲୋକଙ୍କୁ ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ବଡବଡ ଶିଳ୍ପ ଏବଂ ରାଜନୈତିକ ଦଳମାନେ ସହରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ବ୍ୟାନର ମାରୁଥିବାବେଳେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। କାଣି ବିରାଡ଼ିର କୁଜି ଅସରପା ଉପରେ ରାଗ ଶୁଝାଇବା ଭଳି ବଡ଼ବଡ଼ିଆଙ୍କ ଦୋଷକୁ ଅଣଦେଖା କରି କେବଳ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଛି। ଅସରାଏ ବର୍ଷାହେଲେ ସ୍ମାର୍ଟସିଟିର ଅବସ୍ଥା ବେହାଲ ହୋଇପଡୁଛି। ଡ୍ରେନ୍‌ ସମସ୍ୟା, ଖାଲଖମାରେ ଭର୍ତ୍ତି ରାସ୍ତା, ସହରରେ ବୃଦ୍ଧି ପାଉଥିବା ଡେଙ୍ଗୁରୋଗୀ ସଂଖ୍ୟା ଏ ସବୁ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହ ନକାରାତ୍ମକ ଛାପ ସୃଷ୍ଟି କରୁଛି। ମାତ୍ର ବାସ୍ତବ ସମସ୍ୟାକୁ ଦୂରେଇ ଦେଇ କେବଳ କିଛି ପୋଷ୍ଟର ଲାଗିଗଲେ ସହରର ସୁନ୍ଦରତା ବଳି ପଡି ଯାଉଛି ବୋଲି ବିଏମ୍‌ସି ଡେଙ୍ଗୁରା ପିଟୁଛି। ସେହିପରି ଘର ଆଖପାଖ ଅଞ୍ଚଳରୁ ଜମା ହୋଇଥିବା ପାଣି ବାହାରିଲେ ଘରମାଲିକଙ୍କୁ ୧ହଜାର ଓ ପ୍ରତିଷ୍ଠାନ ଠାରୁ ୫ହଜାର ଟଙ୍କା ଜରିମାନା ନିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକୁ ଆଳ କରି ଜନସାଧାରଣଙ୍କୁ ଲୁଟିବାରେ ଲାଗିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri