ବିଏମ୍‌ସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ସହରବାସୀ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କିଛି ଅମାନିଆ ସୁଧୁରୁ ନ ଥିବାରୁ ଏବେ ପୂରା ଆକ୍ସନମୋଡ୍‌ରେ ବିଏମ୍‌ସି। ଆଉ ଚେତାବନୀ ନୁହେଁ, ସିଧାସିଧା ଜରିମାନା, ନଚେତ୍‌ ଦୋକାନ ବଜାର ସିଲ୍‌ କିମ୍ବା ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣ ଚାଲିଥିବାରୁ ସହରକୁ କିପରି ସୁନ୍ଦର ରଖାଯାଇପାରିବ ସେ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଦେଉଛି। ଏଥିପାଇଁ ପ୍ରାୟ ପ୍ରତ୍ୟେକ ଦିନ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଜରିମାନା ଆଦାୟ କରିବା ସହିତ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେଉଛି। ତେବେ ବିଏମ୍‌ସିର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବା ଜରିମାନା ଆଦାୟକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ୧ ହଜାର କି ୨ହଜାର ନୁହେଁ, ପୂରା ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି। ବିଏମ୍‌ସି ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାବେଳେ ଜରିମାନା ନାମରେ ଲୋକଙ୍କ ଉପରେ ଜୁଲମ କରାଯାଉଥିବା ଅଭିଯୋଗ କରାଯାଉଛି।
ପରିମଳ ବ୍ୟବସ୍ଥାରେ ଖିଲାପ କଲେ କିମ୍ବା କାନ୍ଥବାଡ଼ରେ ପୋଷ୍ଟର ଲଗାଇଲେ ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ କରାଯାଉଥିଲା। ତେବେ ଶନିବାର ଏକ ଯାତ୍ରାପାର୍ଟି ଏବଂ ଘରୋଇ ଟିଭି ଚ୍ୟାନେଲକୁ ହୋଇଥିବା ମାତ୍ରାଧିକ ଜରିମାନାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସକାଳ ପ୍ରାୟ ୮ଟା ବେଳକୁ ବିଏମସି ଯାତ୍ରାପାର୍ଟି ଶ୍ରୀ ବିଶ୍ୱ ଦରବାରକୁ ୫୦ହଜାର ଜରିମାନା କରିବା ସହ ପାର୍ଟି ନାମରେ ଏଫ୍‌ଆଇଆର୍‌ ଦାଏର କରିଥିବା ଟୁଇଟ୍‌ କରିଥିଲା। ସମ୍ପୃକ୍ତ ଯାତ୍ରାପାର୍ଟି ପକ୍ଷରୁ ବେଆଇନ୍‌ ଭାବେ କାନ୍ଥରେ ପୋଷ୍ଟର ମରାଯାଇ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଦର୍ଶାଇ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। ସେହିଭଳି ଜୀ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ଆମ ଝିଲ୍ଲି’ର ହୋର୍ଡିଂ ମଧ୍ୟ ବେଆଇନ୍‌ ଭାବେ ମରାଯାଇଥିବା ଏବଂ ଏଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ସମ୍ପୃକ୍ତ ଟିଭି ଚ୍ୟାନେଲକୁ ୫୦ହଜାର ଟଙ୍କାର ଜରିମାନା ସହ ସଂସ୍ଥା ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। କେବଳ ସେତିକି ନୁହେଁ, ଗୋପବନ୍ଧୁ ଡେଲ୍‌ଟା ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଖରାପ ପରିମଳ ପାଇଁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି। ଏସବୁକୁ ନେଇ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି। ସହରବାସୀଙ୍କୁ ବିଏମ୍‌ସି ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହେଉଥିବାବେଳେ ଛୋଟଛୋଟ ଭୁଲ୍‌ ପାଇଁ ଏତେମାତ୍ରାରେ ଜରିମାନା ଆଦାୟ କରି ଖୋଲାଖୋଲି ଭାବେ ଲୋକଙ୍କୁ ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ବଡବଡ ଶିଳ୍ପ ଏବଂ ରାଜନୈତିକ ଦଳମାନେ ସହରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ବ୍ୟାନର ମାରୁଥିବାବେଳେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। କାଣି ବିରାଡ଼ିର କୁଜି ଅସରପା ଉପରେ ରାଗ ଶୁଝାଇବା ଭଳି ବଡ଼ବଡ଼ିଆଙ୍କ ଦୋଷକୁ ଅଣଦେଖା କରି କେବଳ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଛି। ଅସରାଏ ବର୍ଷାହେଲେ ସ୍ମାର୍ଟସିଟିର ଅବସ୍ଥା ବେହାଲ ହୋଇପଡୁଛି। ଡ୍ରେନ୍‌ ସମସ୍ୟା, ଖାଲଖମାରେ ଭର୍ତ୍ତି ରାସ୍ତା, ସହରରେ ବୃଦ୍ଧି ପାଉଥିବା ଡେଙ୍ଗୁରୋଗୀ ସଂଖ୍ୟା ଏ ସବୁ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହ ନକାରାତ୍ମକ ଛାପ ସୃଷ୍ଟି କରୁଛି। ମାତ୍ର ବାସ୍ତବ ସମସ୍ୟାକୁ ଦୂରେଇ ଦେଇ କେବଳ କିଛି ପୋଷ୍ଟର ଲାଗିଗଲେ ସହରର ସୁନ୍ଦରତା ବଳି ପଡି ଯାଉଛି ବୋଲି ବିଏମ୍‌ସି ଡେଙ୍ଗୁରା ପିଟୁଛି। ସେହିପରି ଘର ଆଖପାଖ ଅଞ୍ଚଳରୁ ଜମା ହୋଇଥିବା ପାଣି ବାହାରିଲେ ଘରମାଲିକଙ୍କୁ ୧ହଜାର ଓ ପ୍ରତିଷ୍ଠାନ ଠାରୁ ୫ହଜାର ଟଙ୍କା ଜରିମାନା ନିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକୁ ଆଳ କରି ଜନସାଧାରଣଙ୍କୁ ଲୁଟିବାରେ ଲାଗିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri