ନୟାଗଡ଼ ଅଫିସ,୨୩।୧: ନୟାଗଡ଼ ଜିଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଦଖଲରେ ଥିବା ଜିଲାପରିଷଦ ଜୋନ୍‌କୁ ପୁଣି ଅକ୍ତିଆର କରିବା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ ଶାସକ ଦଳରେ ଅସନ୍ତୋଷ ବିରୋଧିକୁ ସୁହାଇବ ବୋଲି ନିର୍ବାଚନ ସମୀକ୍ଷକମାନେ କହିଛନ୍ତି। ହେଲେ ଭାଜପା ଓ କଂଗ୍ରେସ ଏହାର କେତେ ଫାଇଦା ନେଇ ପାରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜିଲା ପରିଷଦ ଟିକେଟ୍‌ ବଣ୍ଟନକୁ ନେଇ ଶାସକ ଦଳରେ ଅନେକ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି । ନିର୍ବାଚନ ସମୟରେ ଠିକ୍‌ ଜବାବ ଦେବାକୁ ସେମାନେ କ୍ଷେତ୍ର ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଗତକିଛି ଦିନ ତଳେ ରଣପୁର ବିଧାୟକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଶିଳାନ୍ୟାସ ନ କରି ଫେରିବା ଓ ରଣପୁର ବିକାଶ ସମାବେଶରେ ବିଧାୟକଙ୍କୁ ଅଣ୍ଡାମାଡ଼ ଘଟଣାକୁ ଏ ଯାଏ ଭୋଟମାନେ ଭୁଲି ନାହାନ୍ତି। ଯାହାର ଆଭାସ କିଛିଦିନ ହେଲା ରଣପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ା

ରଣପୁର ନିର୍ବାଚନ ମଣ୍ଡଳୀରେ ରଣପୁର ବ୍ଲକର ୨୧,୨୨,୨୩ ଓ ୨୪ ନଂ.ଜୋନ୍‌ ଏବଂ ଓଡ଼ଗଁା ବ୍ଲକର ୩ ଓ ୪ନଂ. ଜୋନ୍‌କୁ ମିଶାଇ ସମୁଦାୟ ୬ ଜୋନ୍‌ ରହିଛି । ୬ ଜୋନ୍‌ ମଧ୍ୟରୁ ୩, ୪, ୨୨ ଓ ୨୩ନଂ. ଜୋନ୍‌ ଭାଜପା ଦଖଲରେ ଥିଲା । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ୪ ଜୋନ୍‌ ଭାଜପା ଦଖଲକୁ ଚାଲିଯିବା ପରେ ବିଜେଡିର ସଙ୍ଗଠନ ଦୁର୍ବଳ ହୋଇପଡିଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳର ବିଧାୟକ ସତ୍ୟନାରାୟଣ ପ୍ରଧାନ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲେ । ବିଜେଡି ଦଖଲରେ ଥିବା ୨୧ନଂ.ଜୋନ୍‌ ବ୍ରଜରାଜପୁର, ଡମସାହି, ଦର୍ପନାରାୟଣପୁର, ଗୌରାଙ୍ଗପୁର, ପିମ୍ପଲ, ରଙ୍କଦେଉଳି, ବାଉଁଶଗଡ଼, ଖତିଆ, ବଜ୍ରକୋଟ ଆଦି ପଞ୍ଚାୟତ ଓ ୨୪ନଂ.ଜୋନ୍‌ ବନ୍ଧମୁଣ୍ଡା, ଚମ୍ପାଗଡ଼,ଚାନ୍ଦପୁର,ଜଙ୍କିଆ, ପଟିଆ, ମୟୁରଝାଲିଆ, ରାଇପଡ଼ା, କନ୍ଧନୂଆଗଡ଼, କେରେଣ୍ଡାଟାଙ୍ଗୀ, ଝାଡ଼ପଡ଼ା ପଞ୍ଚାୟତରେ ଦଳୀୟ କନ୍ଦଳ ବଢ଼ୁଛି। ଭାଜପା ଦଖଲରେ ଥିବା ଜୋନ୍‌ଗୁଡ଼ିକରେ ବିଜେଡିର ଭଲ ସଙ୍ଗଠନ ନ ଥିବା ଆଲୋଚନା ହେଉଛି। ଦୁର୍ବଳ ସଙ୍ଗଠନକୁ ସଜାଡ଼ିବା ପାଇଁ ସ୍ଥାନୀୟ ବିଧାୟକ ସମୟ ଦେଉ ନ ଥିବା କେତେଜଣ କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି । ଅନ୍ୟପକ୍ଷେ ଭାଜପା ଦଖଲରେ ଥିବା ୪ ଜୋନ୍‌ରେ ପୁଣି ଭାଜପା ଦଖଲ କରିବ କହିବା କାଠିକର ପାଠ ହୋଇଛି। ୨୦୧୭ ନିର୍ବାଚନରେ ଭୋଟର ପରିବର୍ତ୍ତନ ଆଶାରେ ଭାଜପାକୁ ଭୋଟ ଦେଇଥିଲେ। ହେଲେ ବିରୋଧି ଦଳର ଭୂମିକା ଭାଜପା ଲିଭାଇ ପାରିନାହିଁ। ଏଣୁ ଭାଜପା ନିଜର ସଙ୍ଗଠନକୁ ମଜବୁତ କରି ଶାସକ ଦଳର ଅସନ୍ତୁଷ୍ଟ ଆଞ୍ଚଳିକ ନେତାଙ୍କ ସହଯୋଗରେ ଫାଇଦା ନେବା ଦରକାର। ନଚେତ୍‌ ଭାଜପା ପାଇଁ ଏଥର ନିର୍ବାଚନ କଷ୍ଟ ସାଧ୍ୟ ହୋଇପାରେ ବୋଲି ସମୀକ୍ଷକମାନେ କହିଛନ୍ତି । କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇ ପଡିଥିଲା। ଧିରେ ଧିରେ କଂଗ୍ରେସ ରଣପୁର ନିର୍ବାଚନମଣ୍ଡଳୀ ସମେତ ଜିଲାରେ ମୁଣ୍ଡ ଟେକୁଛି । ପୁଣି ରଣପୁର ନିର୍ବାଚନ ମଣ୍ଡଳୀର ସବୁ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦେଇଛି । ଏଥର ଜିଲା ପରିଷଦ ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ଶିକ୍ଷଣୀୟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri