ନୟାଗଡ଼ ଅଫିସ,୨୩।୧: ନୟାଗଡ଼ ଜିଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଦଖଲରେ ଥିବା ଜିଲାପରିଷଦ ଜୋନ୍‌କୁ ପୁଣି ଅକ୍ତିଆର କରିବା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ ଶାସକ ଦଳରେ ଅସନ୍ତୋଷ ବିରୋଧିକୁ ସୁହାଇବ ବୋଲି ନିର୍ବାଚନ ସମୀକ୍ଷକମାନେ କହିଛନ୍ତି। ହେଲେ ଭାଜପା ଓ କଂଗ୍ରେସ ଏହାର କେତେ ଫାଇଦା ନେଇ ପାରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜିଲା ପରିଷଦ ଟିକେଟ୍‌ ବଣ୍ଟନକୁ ନେଇ ଶାସକ ଦଳରେ ଅନେକ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି । ନିର୍ବାଚନ ସମୟରେ ଠିକ୍‌ ଜବାବ ଦେବାକୁ ସେମାନେ କ୍ଷେତ୍ର ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଗତକିଛି ଦିନ ତଳେ ରଣପୁର ବିଧାୟକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଶିଳାନ୍ୟାସ ନ କରି ଫେରିବା ଓ ରଣପୁର ବିକାଶ ସମାବେଶରେ ବିଧାୟକଙ୍କୁ ଅଣ୍ଡାମାଡ଼ ଘଟଣାକୁ ଏ ଯାଏ ଭୋଟମାନେ ଭୁଲି ନାହାନ୍ତି। ଯାହାର ଆଭାସ କିଛିଦିନ ହେଲା ରଣପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ା

ରଣପୁର ନିର୍ବାଚନ ମଣ୍ଡଳୀରେ ରଣପୁର ବ୍ଲକର ୨୧,୨୨,୨୩ ଓ ୨୪ ନଂ.ଜୋନ୍‌ ଏବଂ ଓଡ଼ଗଁା ବ୍ଲକର ୩ ଓ ୪ନଂ. ଜୋନ୍‌କୁ ମିଶାଇ ସମୁଦାୟ ୬ ଜୋନ୍‌ ରହିଛି । ୬ ଜୋନ୍‌ ମଧ୍ୟରୁ ୩, ୪, ୨୨ ଓ ୨୩ନଂ. ଜୋନ୍‌ ଭାଜପା ଦଖଲରେ ଥିଲା । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ୪ ଜୋନ୍‌ ଭାଜପା ଦଖଲକୁ ଚାଲିଯିବା ପରେ ବିଜେଡିର ସଙ୍ଗଠନ ଦୁର୍ବଳ ହୋଇପଡିଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳର ବିଧାୟକ ସତ୍ୟନାରାୟଣ ପ୍ରଧାନ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲେ । ବିଜେଡି ଦଖଲରେ ଥିବା ୨୧ନଂ.ଜୋନ୍‌ ବ୍ରଜରାଜପୁର, ଡମସାହି, ଦର୍ପନାରାୟଣପୁର, ଗୌରାଙ୍ଗପୁର, ପିମ୍ପଲ, ରଙ୍କଦେଉଳି, ବାଉଁଶଗଡ଼, ଖତିଆ, ବଜ୍ରକୋଟ ଆଦି ପଞ୍ଚାୟତ ଓ ୨୪ନଂ.ଜୋନ୍‌ ବନ୍ଧମୁଣ୍ଡା, ଚମ୍ପାଗଡ଼,ଚାନ୍ଦପୁର,ଜଙ୍କିଆ, ପଟିଆ, ମୟୁରଝାଲିଆ, ରାଇପଡ଼ା, କନ୍ଧନୂଆଗଡ଼, କେରେଣ୍ଡାଟାଙ୍ଗୀ, ଝାଡ଼ପଡ଼ା ପଞ୍ଚାୟତରେ ଦଳୀୟ କନ୍ଦଳ ବଢ଼ୁଛି। ଭାଜପା ଦଖଲରେ ଥିବା ଜୋନ୍‌ଗୁଡ଼ିକରେ ବିଜେଡିର ଭଲ ସଙ୍ଗଠନ ନ ଥିବା ଆଲୋଚନା ହେଉଛି। ଦୁର୍ବଳ ସଙ୍ଗଠନକୁ ସଜାଡ଼ିବା ପାଇଁ ସ୍ଥାନୀୟ ବିଧାୟକ ସମୟ ଦେଉ ନ ଥିବା କେତେଜଣ କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି । ଅନ୍ୟପକ୍ଷେ ଭାଜପା ଦଖଲରେ ଥିବା ୪ ଜୋନ୍‌ରେ ପୁଣି ଭାଜପା ଦଖଲ କରିବ କହିବା କାଠିକର ପାଠ ହୋଇଛି। ୨୦୧୭ ନିର୍ବାଚନରେ ଭୋଟର ପରିବର୍ତ୍ତନ ଆଶାରେ ଭାଜପାକୁ ଭୋଟ ଦେଇଥିଲେ। ହେଲେ ବିରୋଧି ଦଳର ଭୂମିକା ଭାଜପା ଲିଭାଇ ପାରିନାହିଁ। ଏଣୁ ଭାଜପା ନିଜର ସଙ୍ଗଠନକୁ ମଜବୁତ କରି ଶାସକ ଦଳର ଅସନ୍ତୁଷ୍ଟ ଆଞ୍ଚଳିକ ନେତାଙ୍କ ସହଯୋଗରେ ଫାଇଦା ନେବା ଦରକାର। ନଚେତ୍‌ ଭାଜପା ପାଇଁ ଏଥର ନିର୍ବାଚନ କଷ୍ଟ ସାଧ୍ୟ ହୋଇପାରେ ବୋଲି ସମୀକ୍ଷକମାନେ କହିଛନ୍ତି । କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇ ପଡିଥିଲା। ଧିରେ ଧିରେ କଂଗ୍ରେସ ରଣପୁର ନିର୍ବାଚନମଣ୍ଡଳୀ ସମେତ ଜିଲାରେ ମୁଣ୍ଡ ଟେକୁଛି । ପୁଣି ରଣପୁର ନିର୍ବାଚନ ମଣ୍ଡଳୀର ସବୁ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦେଇଛି । ଏଥର ଜିଲା ପରିଷଦ ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ଶିକ୍ଷଣୀୟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri