ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ସିକ୍ୟୁରିଟି ବାର୍‌ କୋଡ ଥିବାରୁ ଗାଡି ଚୋରି ରୋକିବା ସହିତ ହିତାଧିକାରୀଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ଏପରି ନିର୍ଦ୍ଦେଶ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇବା ପରେ କେନ୍ଦ୍ରାପଡ଼ା ଜିଲାରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ନିର୍ଦ୍ଦେଶନାମା ଟଙ୍କା ଲୁଟିବାର ଏକ ସୁଚିନ୍ତିତ ଯୋଜନା ବୋଲି ହିତାଧିକାରୀ ମତ ଉପସ୍ଥାପନ କରିଛନ୍ତି।

ନିର୍ଦ୍ଦିଷ୍ଟ କମ୍ପାନୀ ଅଥବା ଡିଲରଙ୍କୁ କୋଟିପତି ଲକ୍ଷ୍ୟ
ଜୁନ ପହିଲାରୁ ଅନ୍‌ଲାଇନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଗାଡି ମାଲିକମାନେ ଆବେଦନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏବେ ପେଟ୍ରୋଲ ଡିଜେଲ ମୂଲ୍ୟ ଆକାଶଛୁଅଁା ହୋଇଛି। ପ୍ରତିଦିନ ତେଲ ଦର ବଢୁଥିବା ବେଳେ ରାଜ୍ୟ ସରକାର ନମ୍ବର ପ୍ଲେଟ ଲଗାଇବା ପାଇଁ ଜୁଲମ ଆରମ୍ଭ କରିଛନ୍ତି। ରାଜ୍ୟରେ ୨୦୧୯ ପୂର୍ବରୁ ପ୍ରାୟ ୬୦ ଲକ୍ଷ ଗାଡି ରାସ୍ତାରେ ଗଡୁଛି। ସୂଚନା ମିଳୁଛି ଗୋଟିଏ ପ୍ଲେଟର ଦାମ ୩୫୦ରୁ ୮୦୦ ଟଙ୍କା ହେବ। ପ୍ଲେଟ ବଦଳ କରି ନିର୍ଦ୍ଦିଷ୍ଟ କେତେଗୋଟି କମ୍ପାନୀ ବା ଡିଲରଙ୍କୁ କୋଟିପତି କରିବା ଲକ୍ଷ୍ୟ ରହିଛି। ଏଥିପାଇଁ ଗାଡିର ଇନସ୍ୟୁରାନ୍ସ, ପରିବେଶ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅଣଦେଖା କରି ଅନ୍‌ଲାଇନରେ ଆବେଦନ କରିପାରିବେ ବୋଲି ଅଧିକାରୀ କହୁଛନ୍ତି।
-ଉମେଶ ଚନ୍ଦ୍ର ପାଢୀ, କଜଳା, କେନ୍ଦ୍ରାପଡ଼ା

କର୍ମନିଯୁକ୍ତିକୁ ଏକ ଶକ୍ତ ଧକ୍କା
ନାମକୁମାତ୍ର ହାଇ ସିକ୍ୟୁରିଟି। ୨୦୧୯ ମସିହା ପରଠାରୁ ଏହି ପ୍ଲେଟ ପ୍ରତ୍ୟେକ ଗାଡିରେ ଲାଗୁଛି। ଇତିମଧ୍ୟରେ ଗାଡି ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ଏହି ସିକ୍ୟୁରିଟି ପ୍ଲେଟ ପାଇଁ ଗାଡି ଅଥବା ଚୋର ଧରାପଡିବା ନଜିର ନାହିଁ। ବରଂ ଏହା ଯୁବବର୍ଗଙ୍କ ଆତ୍ମନିଯୁକ୍ତି ପ୍ରତି ଏକ ଶକ୍ତ ଧକ୍କା ହେବ। କେତେଜଣ ଯୁବକ ନମ୍ବର ପ୍ଲେଟ ଲେଖି ଦୁଇ ପଇସା ରୋଜଗାର କରୁଥିଲେ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନିର୍ଦ୍ଦିଷ୍ଟ ଡିଲରଙ୍କ ନିକଟକୁ ଯିବାକୁ ଥିବା ବେଳେ ଏହି ଶିଳ୍ପୀ ଭୋକ ଉପାସରେ ରହିବେ। ସେହିପରି ନମ୍ବର ପ୍ଲେଟ ନ ଲଗାଇଲେ କେତେ ଜରିମାନା ପଡିବ, ସେସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ସଡ଼କ ସୁରକ୍ଷାକୁ ଧ୍ୟାନ ଦେଉ ନ ଥିବା ସଡ଼କ ପରିବହନ ବିଭାଗ ନମ୍ବର ପ୍ଲେଟକୁ ଘରୋଇକରଣ କରିବା ଯୋଜନାରେ ଅଛି।
-ମନୋଜ କୁମାର ବେହେରା, ବଡହାଟ, କେନ୍ଦ୍ରାପଡ଼ା

ରୋଡ ଟ୍ୟାକ୍ସରୁ ନମ୍ବର ପ୍ଲେଟ ଲଗାଯାଉ
ମୋ ବାଇକ୍‌ କିଣିବା ସମୟକୁ ଇତିମଧ୍ୟରେ ୧୩ ବର୍ଷ ହେଲାଣି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମୁତାବକ ଏହି ବାଇକ୍‌ ସଡ଼କରେ ୨ ବର୍ଷ ଚାଲିପାରିବ। ସେହିପରି ୨୦୧୯ ପୂର୍ବରୁ ଯେତେ ଡିଲର ଗାଡି ମୋଟର ବିକ୍ରି କରୁଥିଲେ, ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣ ସଂସ୍ଥା ବନ୍ଦ କରି ଦେଇଛନ୍ତି। ଏପରି କି କେତେଗୋଟି କମ୍ପାନୀ ଗାଡି ଉପତ୍ାଦନ ବନ୍ଦ କରିଛନ୍ତି। ଏହି ଗାଡି ସବୁ ରାସ୍ତାରେ ଚାଲୁଛି। ଏପରି କ୍ଷେତ୍ରରେ ଗାଡି ମାଲିକ ଭାବେ ନମ୍ବର ପ୍ଲେଟ ଲଗାଇବାକୁ ନେଇ ଦ୍ୱନ୍ଦ୍ୱ ହେଉଛି। ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପାଇଁ କେତେ ଟଙ୍କା ପଡିବ, ସେନେଇ ତଥ୍ୟ ମିଳୁନି। ରାଜ୍ୟ ସରକାର ଗାଡିର ରୋଡ ଟ୍ୟାକ୍ସ ନେଉଛନ୍ତି। ଏହି ଟ୍ୟାକ୍ସ ଟଙ୍କାରୁ ନମ୍ବର ପ୍ଲେଟ ଲଗାଇବାକୁ ଦାବି କରୁଛି।
– ଆକାଶ ଦାସ, ଉଦୟନଗର, କେନ୍ଦ୍ରାପଡ଼ା

ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ
ଛକ ବଜାରରେ ଟ୍ରାଫିକ ସମସ୍ୟା ବଢୁଛି। ରାସ୍ତାର ନିର୍ମାଣ ଶୈଳୀ ହେଉ ଅଥବା ଖାଲଖମା ପାଇଁ ଦୁର୍ଘଟଣା ପ୍ରତିଦିନ ଘଟୁଛି। ସଡ଼କ ସୁରକ୍ଷା ନାମରେ ଯାଞ୍ଚ ବେଳେ ପରିବହନ ବିଭାଗ, ପୋଲିସ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ ହେଉଛି। ଏହାସତ୍ତ୍ୱେ ରାଜ୍ୟ ଓ ଜାତୀୟ ରାଜପଥରେ ଶହଶହ ଟ୍ରକ୍‌ ଧାଡି ବାନ୍ଧି ଠିଆ ହେଉଛନ୍ତି। କେତେଜଣ ବ୍ୟକ୍ତି ରାସ୍ତାକୁ ଜବରଦଖଲ କରି ଅଟୋ, ବସ୍‌ଷ୍ଟାଣ୍ଡ ଧନ୍ଦା ଚଳାଇଛନ୍ତି। ରାସ୍ତାରେ ବଡ ବଡ ହମ୍ପସ ନିର୍ମାଣ ଫଳରେ ପ୍ରସୂତିଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ରାସ୍ତା ନିର୍ମାଣ ଓ ପରିଚାଳନା ହୋଇ ପାରୁ ନ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଜୁଲମ ଆରମ୍ଭ ହୋଇଛି। ପ୍ରଥମେ ରାସ୍ତାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ଏହି ବ୍ୟବସ୍ଥା ଚାଲୁ କରନ୍ତୁ।
-ପ୍ରତାପ କୁମାର ତ୍ରିପାଠୀ, ମହାକାଳପଡ଼ା,କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri