ବ୍ରଜରାଜନଗରରେ ଆରମ୍ଭ ହେଲା ଗଣତି

ଝାରସୁଗୁଡ଼ା ଅଫିସ,୩ା୬: ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଭୋଟ ଗଣନା ଶୁକ୍ରବାର ସକାଳ ୮ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣତି ଆରମ୍ଭ ହୋଇଛି। ପରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ମୋଟ୍‌ ୧୪ଟି ଟେବୁଲ ରହିଛି। ଏଥିରେ ୨୦ ରାଉଣ୍ଡ ଭୋଟ୍‌ ଗଣତି ହେବ ବୋଲି ଜଣାପଡ଼ିଛି। ପୋଷ୍ଟାଲ ବାଲଟ ପେପରର ୩୦ ମିନିଟ୍‌ ପରେ ଅର୍ଥାତ ୮ଟା ୩୦ରେ ଇଭିଏମ୍‌ ଭୋଟଗଣତି ହେବ। ଗୋଟିଏ ବୁଥ୍‌ର ଭିଭିପିଏଟି ସ୍ଲିପ୍‌ଗୁଡ଼ିକୁ ଗଣାଯିବ। ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ମାଇକ୍ରୋ ଅବଜରଭର, ୨୦ କାଉଣ୍ଟିଂ ସୁପରଭାଇଜର, ୨୦ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟଗଣତି କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ୬୩ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ ଗଣନା କାର୍ଯ୍ୟକୁ ଜନସାଧାରଣ htts//results.ecoigov.inରେ ଦେଖି ପାରିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଗଣନା କେନ୍ଦ୍ର ନିକଟରେ ମିଡିଆ ସେଣ୍ଟର ଖୋଲାଯାଇଛି। ଗଣନା କେନ୍ଦ୍ର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିତ୍ମାନେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ୨-୩ ଜଣ ଲେଖାଏ ପ୍ରବେଶ କରି ଖବର ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଲୋହାନୀ ସୂଚନା ଦେଇଛନ୍ତି। ନିର୍ବାଚନରେ ମୋଟ ୨,୧୫,୮୭୮ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂଯୋଗ ନ ଥାଇ ଆସିଲା ବିଲ୍‌

କେନ୍ଦ୍ରାପଡା ଅଫିସ, ୯ା୯- କେନ୍ଦ୍ରାପଡା ବ୍ଲକ ଘିଘିଡିଆ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି ।ଅଦ୍ୟାବଧି ଏହି ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ...

ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍‌ ଧରିବା ଖର୍ଚ୍ଚ

ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ...

ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ

ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ...

ହାଓଡ଼ାରେ ଦୁର୍ଘଟଣା: ୪ ଓଡ଼ିଆ ମୃତ

ଭଦ୍ରକ ଅଫିସ, ୧୮।୭ : ପଶ୍ଚିମବଙ୍ଗର ହାଓଡ଼ା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କ୍ରିକେଟ...

କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା...

ସମନ୍ବୟ ପାଇଁ ନୋଡାଲ ଅଥରିଟି ଗଠନ କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନରେ ରହିଛି। ଲକ୍ଷଲକ୍ଷ ଲୋକ ଅସହାୟ ଅବସ୍ଥାରେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେଠାରେ...

କଣ୍ଟେନମେଣ୍ଟ ଜୋନରେ ସ୍ଥିତି ପରଖିଲେ ଅଧିକାରୀ

ବଲାଙ୍ଗୀର ଅଫିସ, ୫ା୫-ବଲାଙ୍ଗୀର ଜିଲା ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଳକ ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ ନେଇ ଗଠିତ କଣ୍ଟେନମେଣ୍ଟ ଜୋନ୍‌କୁ ମଙ୍ଗଳବାର ଜିଲାପାଳ...

ବାତ୍ୟା ଆଶ୍ରୟସ୍ଥଳକୁ ୭୭୫୪ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଅଫିସ,୨୫ା୫: ବାତ୍ୟା ୟାସ୍‌ ଅତି ଭୟଙ୍କର ଭାବେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି...

Advertisement
Archives

Model This Week