ମେଗା ପାନୀୟ ଜଳ ପ୍ରକଳ୍ପରୁ ସହର ବଞ୍ଚିତ ହେବା ନେଇ ଅସନ୍ତୋଷ

ବିଷମକଟକ,୨୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୨୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା, ସଭ୍ୟ ଯୋଗ ଦେଇଥିଲେ। ବୈଠକରେ ବିଷମକଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ବିଡିଓ ସଦାଶିବ ନାୟକ, ବ୍ଲକ ଉପାଧ୍ୟକ୍ଷ ଦେବି ପ୍ରସାଦ ପଟନାୟକ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜ୍ୟୋତି ପ୍ରସାଦ ସାହୁ, କୋରାପୁଟ ଏମ୍‌ପିଙ୍କ ପ୍ରତିନିଧି ପୁରୁଷୋତ୍ତମ ତୁଳ, ଜିଲା ପରିଷଦ ସଭ୍ୟା ସୁଜାତା କାଡ୍ରାକା ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକରେ ଜନ ଯୋଜନା ଅଭିଯାନ, ପଞ୍ଚାୟତ ଉନ୍ନୟନ ଯୋଜନାର ପ୍ରସ୍ତୁତି ନେଇ ଆଲୋଚନା ସହ ହଇସ୍କୁଲ ରୂପାନ୍ତରୀକରଣର ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଶିଶୁ ଓ ମାତୃ ଯୋଜନା ବିଭାଗର କାର୍ଯ୍ୟଶୈଳୀ ନେଇ ମନ୍ତ୍ରୀଙ୍କ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା।
ବିଷମକଟକ ସଦର ପଞ୍ଚାୟତରେ ରହିଥିବା ବିଭିନ୍ନ ପମ୍ପ ହାଉସ ଗୁଡ଼ିକ ପାଇଁ ମୋଟର ଉପଲବ୍ଧ କରିବା ପାଇଁ ଗତ ଜୁଲାଇରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଅଧିକାରୀମାନେ ମୋଟର ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି। ଅନୁରୂପ ଭାବେ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ପାଇପ୍‌ ବିଛାଯିବାରେ ଉପୁଜୁଥିବା ସ୍ଥାନୀୟ ସମସ୍ୟାରେ ନିର୍ବାଚିତ ପ୍ରତିନିଧିଙ୍କୁ ସହଯୋଗ କରିବା ପାଇଁ ବିଡିଓ ଅନୁରୋଧ କରିଥିଲେ। ବିଷମକଟକ ସହରବାସୀ, ସରପଞ୍ଚ ଏବଂ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ମେଗା ପାନୀୟ ଜଳ ପ୍ରକଳ୍ପର ସୁବିଧା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଷମକଟକ ସହରକୁ ପାନୀୟ ଜଳ ପ୍ରକଳ୍ପରେ ସାମିଲ କରାଯାଇନାହିଁ। ଶୁକ୍ରବାର ଏହି ପ୍ରସଙ୍ଗକୁ ସରପଞ୍ଚ ଗୁରତ୍ୱ ଦେବାପରେ କନିଷ୍ଠ ଯନ୍ତ୍ରୀ କିଛି ସମୟ ଚୁପ୍‌ ରହିଥିଲେ। ପରେ ଅନ୍ୟ କୌଣସି ଯୋଜନାରେ ବିଷମକଟକକୁ ସାମିଲି କରାଯିବ କହି ଚାଲିଯାଇଥିଲେ। କୋଣସି ପ୍ରକାରେ ବିଷମକଟକକୁ ଏହି ପ୍ରକଳ୍ପରେ ସଂଯୋଗ କରାଯାଇ ପାରିବ ନାହିଁ। ଏହାର ବିକଳ୍ପ ପନ୍ଥା ପରେ ଚିନ୍ତା କରଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଗ୍ରୀଷ୍ମ ଋତୁ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ତ୍ୱରାନ୍ବିତ କରି ବିଷମକଟକ ବ୍ଲକର ଅଧିକାଂଶ ଲୋକଙ୍କୁ ଏହି ଯୋଜନା ର ଲାଭ ପହଞ୍ଚେଇବା ପାଇଁ ଲକ୍ଷ୍ୟ ରହିଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri