ନିମ୍ନମାନର ଛତୁଆକୁ ନେଇ ଅସନ୍ତୋଷ

ରାଉରକେଲା,୧୫।୯(ଦିନେଶ ମିଶ୍ର): କୋମଳମତି ଶିଶୁମାନଙ୍କ ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ରାଉରକେଲା ସହରରେ ଥିବା ୪୦ଟି ୱାର୍ଡର ବିଭିନ୍ନ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲାଯାଇଛି। ଏହି କେନ୍ଦ୍ରରେ ଶିକ୍ଷା ସହ ଶିଶୁ ଏବଂ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ତଦାରଖ କରାଯାଉଛି। ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ସହରର ବିଭିନ୍ନ ଅଙ୍ଗନଓ୍ବାଡିକୁ ନିମ୍ନମାନର ଛତୁଆ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି। ଉଦିତନଗର ସ୍ଥିତ ଶୀତଳପଡା ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଭଳି ଦେଖିବାକୁ ମିଳିଛି। ଫଳରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶୀତଳପଡା ବସ୍ତିରେ ପ୍ରାୟ ୨ ହଜାର ଲୋକ ବାସ କରୁଥିବାବେଳେ ସମସ୍ତେ ଠିକା ଶ୍ରମିକଭାବେ କାମ କରନ୍ତି। ବସ୍ତି ଭିତରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ବସ୍ତିର ଅଧିକାଂଶ ଶିଶୁ ଏହି କେନ୍ଦ୍ରରେ ପାଠ ପଢୁଥିବା ବେଳେ ସେମାନଙ୍କୁ ଛତୁଆ ପ୍ରଦାନ କରାଯାଉଛି। ମାତ୍ର ଏହି କେନ୍ଦ୍ରକୁ ଆସୁଥିବା ଛତୁଆ ନିମ୍ନମାନର ହୋଇଥିବାରୁ ଅଭିଭାବକମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଛତୁଆକୁ ପାନପୋଷ ସ୍ଥିତ ରୂପଟୋଲା ବସ୍ତିର ନବଜ୍ୟୋତି ସ୍ବଂୟ ସହାୟକ ଗୋଷ୍ଠୀ ତିଆରି କରୁଛି। ଏହି ଛତୁଆ ପ୍ୟାକେଟ୍‌ରେ ଏକ୍ସପାଏରି ତାରିଖ ଉଲ୍ଲେଖ ରହୁନି। ସେହିପରି ଛତୁଆରୁ ବାଦାମ ଚୋପା ସାଙ୍ଗକୁ ଗୋଟା ଗହମ ବାହାରୁଛି। ଶିଶୁମାନଙ୍କୁ ମିଳୁଥିବା ଏଭଳି ନିମ୍ନମାନର ଛତୁଆକୁ ସଫା କରି ଅଭିଭାବକମାନେ ଶିଶୁମାନଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଶୀତଳପଡା ବସ୍ତି ନୁହଁ ଉକ୍ତ ଏସ୍‌ଏଚ୍‌ଜି ସହରର ୫୫ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛତୁଆ ବିତରଣ କରୁଥିବା ଜଣାପଡିଛି। ଏ ନେଇ ଶୀତଳପଡା ବସ୍ତିର ସମାଜସେବୀ ସୋନୁ ସାହୁ କୁହନ୍ତି, ରାଜ୍ୟ ସରକାର କୋମଳମତି ଶିଶୁମାନଙ୍କୁ ଛତୁଆ ଯୋଗାଇ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ନିମ୍ନମାନର ଛତୁଆ ନିର୍ମାଣ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତି ଯଦି ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷେପ ନେବେ ତାହାଲେ ଛତୁଆରେ ଅପମିଶ୍ରଣ ଏହା ରୋକାଯାଇପାରିବ। ଏ ସମ୍ପର୍କରେ ନବଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ସରସ୍ବତୀ ଭୂମିଜ କୁହନ୍ତି, ଆମ ପାଖରେ ବର୍ତ୍ତମାନ ଏହି ଛତୁଆର ପ୍ୟାକେଟ ନାହିଁ। ଭୁଲରେ କେତେବେଳେ କେଉଁଠି ଯଦି ଅପମିଶ୍ରଣ ହୋଇଥିବା। ଆମେ ୫୫ଟି ସେଣ୍ଟରକୁ ଛତୁଆ ଯୋଗାଉଛୁ। ଆଜିଯାଏ କୌଣସି ଅଭିଯୋଗ ହୋଇନାହିଁ। ଯଦି ଛତୁଆରେ ଅପମିଶ୍ରଣ ଅଭିଯୋଗ ଆସିଛି, ତେବେ ଆମେ ଖୁବଶୀଘ୍ର ଏଥିପ୍ରତି ଧ୍ୟାନଦେବୁ ବୋଲି ଭୂମିଜ କହିଥିଲେ। ଏ ନେଇ ପାନପୋଷ ସିଡିପିଓ ଆନ୍ନା କୁଜୁରଙ୍କୁ ପଚାରିବାରୁ ସେ କହିଥିଲେ, ଛତୁଆରୁ ବାଦାମଚୋପା ଓ ଗହମ ବାହାରୁଥିବା ନେଇ ଆମ ପାଖରେ ଅଭିଯୋଗ ହୋଇନାହିଁ। ପ୍ରତ୍ୟେକ ମାସ ୨୩ରୁ ୨୫ ତାରିଖ ମଧ୍ୟରେ ଯେତେବେଳେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି କରନ୍ତି ଏହି ସମୟରେ ଆମ ବିଭାଗର ସୁପରଭାଇଜର ଉପସ୍ଥିତ ରୁହନ୍ତି। ଯଦି କୌଣସି କାରଣରୁ ନିମ୍ନମାନର ଛତୁଆ ପ୍ରସ୍ତୁତି ହୋଇଛି ତାହେଲେ ମୁଁ ଏ ନେଇ ତଦନ୍ତ କରିବା ପରେ ଉଚିତ ପଦକ୍ଷେପ ନେବି। ଆଗାମୀ ଦିନରେ ଛତୁଆ ପ୍ୟାକେଟରେ ନିର୍ମାଣ ଓ ଏକ୍ସପାଏରି ତାରିଖ ସାଙ୍ଗକୁ କେଉଁ ଖାଦ୍ୟ କେତେମାନର ରହିବା ଆବଶ୍ୟକ ତାହା ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସିଡିପିଓ କୁଜୁର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri