ନିମ୍ନମାନର ଛତୁଆକୁ ନେଇ ଅସନ୍ତୋଷ

ରାଉରକେଲା,୧୫।୯(ଦିନେଶ ମିଶ୍ର): କୋମଳମତି ଶିଶୁମାନଙ୍କ ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ରାଉରକେଲା ସହରରେ ଥିବା ୪୦ଟି ୱାର୍ଡର ବିଭିନ୍ନ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲାଯାଇଛି। ଏହି କେନ୍ଦ୍ରରେ ଶିକ୍ଷା ସହ ଶିଶୁ ଏବଂ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ତଦାରଖ କରାଯାଉଛି। ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ସହରର ବିଭିନ୍ନ ଅଙ୍ଗନଓ୍ବାଡିକୁ ନିମ୍ନମାନର ଛତୁଆ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି। ଉଦିତନଗର ସ୍ଥିତ ଶୀତଳପଡା ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଭଳି ଦେଖିବାକୁ ମିଳିଛି। ଫଳରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶୀତଳପଡା ବସ୍ତିରେ ପ୍ରାୟ ୨ ହଜାର ଲୋକ ବାସ କରୁଥିବାବେଳେ ସମସ୍ତେ ଠିକା ଶ୍ରମିକଭାବେ କାମ କରନ୍ତି। ବସ୍ତି ଭିତରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ବସ୍ତିର ଅଧିକାଂଶ ଶିଶୁ ଏହି କେନ୍ଦ୍ରରେ ପାଠ ପଢୁଥିବା ବେଳେ ସେମାନଙ୍କୁ ଛତୁଆ ପ୍ରଦାନ କରାଯାଉଛି। ମାତ୍ର ଏହି କେନ୍ଦ୍ରକୁ ଆସୁଥିବା ଛତୁଆ ନିମ୍ନମାନର ହୋଇଥିବାରୁ ଅଭିଭାବକମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଛତୁଆକୁ ପାନପୋଷ ସ୍ଥିତ ରୂପଟୋଲା ବସ୍ତିର ନବଜ୍ୟୋତି ସ୍ବଂୟ ସହାୟକ ଗୋଷ୍ଠୀ ତିଆରି କରୁଛି। ଏହି ଛତୁଆ ପ୍ୟାକେଟ୍‌ରେ ଏକ୍ସପାଏରି ତାରିଖ ଉଲ୍ଲେଖ ରହୁନି। ସେହିପରି ଛତୁଆରୁ ବାଦାମ ଚୋପା ସାଙ୍ଗକୁ ଗୋଟା ଗହମ ବାହାରୁଛି। ଶିଶୁମାନଙ୍କୁ ମିଳୁଥିବା ଏଭଳି ନିମ୍ନମାନର ଛତୁଆକୁ ସଫା କରି ଅଭିଭାବକମାନେ ଶିଶୁମାନଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଶୀତଳପଡା ବସ୍ତି ନୁହଁ ଉକ୍ତ ଏସ୍‌ଏଚ୍‌ଜି ସହରର ୫୫ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛତୁଆ ବିତରଣ କରୁଥିବା ଜଣାପଡିଛି। ଏ ନେଇ ଶୀତଳପଡା ବସ୍ତିର ସମାଜସେବୀ ସୋନୁ ସାହୁ କୁହନ୍ତି, ରାଜ୍ୟ ସରକାର କୋମଳମତି ଶିଶୁମାନଙ୍କୁ ଛତୁଆ ଯୋଗାଇ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ନିମ୍ନମାନର ଛତୁଆ ନିର୍ମାଣ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତି ଯଦି ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷେପ ନେବେ ତାହାଲେ ଛତୁଆରେ ଅପମିଶ୍ରଣ ଏହା ରୋକାଯାଇପାରିବ। ଏ ସମ୍ପର୍କରେ ନବଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ସରସ୍ବତୀ ଭୂମିଜ କୁହନ୍ତି, ଆମ ପାଖରେ ବର୍ତ୍ତମାନ ଏହି ଛତୁଆର ପ୍ୟାକେଟ ନାହିଁ। ଭୁଲରେ କେତେବେଳେ କେଉଁଠି ଯଦି ଅପମିଶ୍ରଣ ହୋଇଥିବା। ଆମେ ୫୫ଟି ସେଣ୍ଟରକୁ ଛତୁଆ ଯୋଗାଉଛୁ। ଆଜିଯାଏ କୌଣସି ଅଭିଯୋଗ ହୋଇନାହିଁ। ଯଦି ଛତୁଆରେ ଅପମିଶ୍ରଣ ଅଭିଯୋଗ ଆସିଛି, ତେବେ ଆମେ ଖୁବଶୀଘ୍ର ଏଥିପ୍ରତି ଧ୍ୟାନଦେବୁ ବୋଲି ଭୂମିଜ କହିଥିଲେ। ଏ ନେଇ ପାନପୋଷ ସିଡିପିଓ ଆନ୍ନା କୁଜୁରଙ୍କୁ ପଚାରିବାରୁ ସେ କହିଥିଲେ, ଛତୁଆରୁ ବାଦାମଚୋପା ଓ ଗହମ ବାହାରୁଥିବା ନେଇ ଆମ ପାଖରେ ଅଭିଯୋଗ ହୋଇନାହିଁ। ପ୍ରତ୍ୟେକ ମାସ ୨୩ରୁ ୨୫ ତାରିଖ ମଧ୍ୟରେ ଯେତେବେଳେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି କରନ୍ତି ଏହି ସମୟରେ ଆମ ବିଭାଗର ସୁପରଭାଇଜର ଉପସ୍ଥିତ ରୁହନ୍ତି। ଯଦି କୌଣସି କାରଣରୁ ନିମ୍ନମାନର ଛତୁଆ ପ୍ରସ୍ତୁତି ହୋଇଛି ତାହେଲେ ମୁଁ ଏ ନେଇ ତଦନ୍ତ କରିବା ପରେ ଉଚିତ ପଦକ୍ଷେପ ନେବି। ଆଗାମୀ ଦିନରେ ଛତୁଆ ପ୍ୟାକେଟରେ ନିର୍ମାଣ ଓ ଏକ୍ସପାଏରି ତାରିଖ ସାଙ୍ଗକୁ କେଉଁ ଖାଦ୍ୟ କେତେମାନର ରହିବା ଆବଶ୍ୟକ ତାହା ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସିଡିପିଓ କୁଜୁର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri