ଅଧା ଅଧୁରା, ନିମ୍ନମାନର କାମକୁ ନେଇ ଅସନ୍ତୋଷ

ଉମରକୋଟ,୯।୪(ସ୍ବ.ପ୍ର.): ସରକାର ଲୋକଙ୍କ ମୌଳିକ ଅଧିକାର ପୂରଣ ପାଇଁ ଅହରହ ଚେଷ୍ଟା କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲା ଉମରକୋଟଠାରେ ପୂର୍ତ୍ତ ବିଭାଗ କାମ ଅଧାପନ୍ତରିଆ ହୋଇପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ସହ ସଲାସୁତୁରା ହୋଇ ଠିକ୍‌ଭାବେ କାମ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ସୂଚନାନୁଯାୟୀ ଧୋଡ୍ରାରୁ ଉମରକୋଟ ପର୍ଯ୍ୟନ୍ତ ୧୦ କି.ମି. ରାସ୍ତା ପାଇଁ ୪ କୋଟି ୪୭ ଲକ୍ଷ ଟଙ୍କାରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ମୂଳ ରେଟ୍‌ଠାରୁ ୩ ପ୍ରତିଶତ ଅଧିକରେ ଡାବୁଗାଁର ଜଣେ ଠିକାଦାର କାମ ପାଇଛନ୍ତି। କାମ ଗତ ଫେବୃୟାରୀରେ ଆରମ୍ଭ କରିଥିଲେ ଠିକାଦାର। ପ୍ରଥମେ ଉମରକୋଟ ସହର ପଟୁ କାମ ଆରମ୍ଭ କରାଯାଇଥିଲା। ରାସ୍ତା କାମ ପ୍ରାୟ ସିରିଲାଣି, କିନ୍ତୁ ଉମରକୋଟ ବ୍ଲକ କାର୍ଯ୍ୟାଳୟରୁ ପୁରୁଣା ବସ୍‌ଷ୍ଟାଣ୍ଡ ପ୍ରାୟ ୧ କି.ମି. ରାସ୍ତା କାମ କରାଯାଇ ନାହିଁ। ଖାଲଖମା ଯୋଗୁ ଧୂଳି ଅଧିକ ହେଉଛି। ବର୍ତ୍ତମାନ ଏହି ରାସ୍ତା କାମ ନ ହେବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଲଖମା ଓ ଅଧାପନ୍ତରିଆ ରାସ୍ତା ଯୋଗୁ ଧୂଳି ମଧ୍ୟ ପ୍ରବଳ ହେଉଛି। ଧୋଡ୍ରାରୁ ଉମରକୋଟ ଯେଉଁ କାମ ହୋଇଛି ସେହି କାମ ମଧ୍ୟ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି। ନୂତନ ଭାବେ ତିଆରି ରାସ୍ତାରେ ସମାନ୍ତରାଳ ନାହିଁ। ପୂର୍ବରୁ ଯେଉଁ ରୋଡ୍‌ ବ୍ରେକର ରହିଥିଲା ତାକୁ ମଧ୍ୟ ବାହାର ନ କରି ତା’ ଉପରେ ପିଚୁର ଆବରଣ ପକାଇ ଦିଆଯାଇଛି। ରାସ୍ତା କାମ ପାଇଁ ଆସିଥିବା ଅର୍ଥ ସରିଯାଇଥିବାରୁ ବଳକା କାମ ହେଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ମନୋଜ ସାହୁଙ୍କୁ ପଚାରିବାରୁ ରାସ୍ତା କାମ ପାଇଁ ଆସିଥିବା ଅର୍ଥ ସରିନାହିଁ। ଦିନେ ଦୁଇଦିନ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri