ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ଦିଆଯାଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରି ସେଠାରେ ବାଡ଼ ବୁଲାଯାଉଛି। କିନ୍ତୁ ଏଥିରେ ସମସ୍ୟା ସୃଷ୍ଟି କରୁଛନ୍ତି ବହୁ ଯାଯାବର ପରିବାର। ରାଜ୍ୟ ବାହାରର ଏହି ଲୋକମାନେ ଜବରଦଖଲ ଉଚ୍ଛେଦ ପରେ ଦିଆଯାଇଥିବା ବାଡ଼ ଭାଙ୍ଗି ଉକ୍ତ ସ୍ଥାନରେ ବସବାସ କରିବା ସହ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବିଗାଡ଼ି ଦେଉଛନ୍ତି। ଏହାଛଡ଼ା ବିଭିନ୍ନ ଅପରାଧରେ ଜଡ଼ିତ ରହିବା ଓ ରାଜପଥ ପାର୍ଶ୍ୱରେ ବସିବା, ଶୋଇବା ସହ ପିଲାମାନଙ୍କୁ ଖେଳିବାକୁ ଛାଡ଼ିଦେଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଆଶଙ୍କା ରହୁଛି। ସହରର ବିଭିନ୍ନ ସ୍ଥାନରେ ଏମାନଙ୍କ ଆଧିପତ୍ୟ ବଢ଼ୁଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ଅତୀତରେ ଏକ ଯାଯାବର ପରିବାରର ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣା ପରେ ଉକ୍ତ ଯାଯାବର ପରିବାରର ସୁରକ୍ଷା ନେଇ ପୋଲିସର ଚିନ୍ତା ବଢ଼ିଯାଇଥିଲା। ପ୍ରଥମେ ସେମାନଙ୍କୁ ଅନୁଗୋଳ ଥାନା ପରିସରରେ ରଖାଯାଇଥିଲା। ଏହାପରେ ଷ୍ଟାଡିୟମଠାରେ ଥଇଥାନ କରାଯାଇଥିଲା। କିନ୍ତୁ ଷ୍ଟାଡିୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ସେମାନଙ୍କୁ ସେଠାରୁ ଉଠାଯାଇଥିଲା। ଉକ୍ତ ପରିବାର ସହ ଆଉ କିଛି ଯାଯାବର ପରିବାରଙ୍କ ଠିକଣା ଏବେ ରାଜପଥ ପାର୍ଶ୍ୱ ପାଲଟିଛି। ସେମାନେ ପୌରପାଳିକା ଜବରଦଖଲ ଉଚ୍ଛେଦ କରିଥିବା ଅନୁଗୋଳ ଟ୍ରାଫିକ ଛକ ଠାରୁ ଜଗନ୍ନାଥ ମନ୍ଦିର ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି। ଉକ୍ତ ସ୍ଥାନକୁ ଆବଦ୍ଧ କରିବାକୁ ପୌରପାଳିକା ପକ୍ଷରୁ ଦିଆଯାଇଥିବା ବାଉଁଶ ଓ କାଠ ବହ୍ଲା ବାଡ଼କୁ ଏହି ପରିବାର ସଦସ୍ୟମାନେ ଭାଙ୍ଗି ଚୁଲିରେ ଜାଳି ରୋଷେଇ କରୁଛନ୍ତି। ରାସ୍ତା ପାର୍ଶ୍ୱରେ ଲୁଗା ଶୁଖାଇ ସହର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି। ରାଜପଥ ପାର୍ଶ୍ୱରେ ସେମାନେ ବସାଉଠା କରିବା ସହ ରାତିରେ ଶୋଉଥିବାରୁ କୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣା ଘଟିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ନିକଟ ଅତୀତରେ ଢେଙ୍କାନାଳ ସହର ରାସ୍ତାପାର୍ଶ୍ୱରେ ଶୋଇଥିବା ଏକ ଯାଯାବର ପରିବାରର ଦୁଇ ଶିଶୁଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣା ଦେଖିବାକୁ ମିଳିଥିବାରୁ ଅନୁଗୋଳରେ ଏପରି ଆଶଙ୍କା ରହିଥିବା ସହରବାସୀ ପ୍ରକାଶ କରିଛନ୍ତି।

ଆପରାଧିକ କାର୍ଯ୍ୟ କରୁଛନ୍ତି
ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଯାଯାବରମାନଙ୍କ ମଧ୍ୟରୁ କେତେଜଣ ଆପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସହର ରାସ୍ତା ପାର୍ଶ୍ୱରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି। ତେଣୁ ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଉ।
-ଜିତେନ ସାମଲ, ସହରବାସୀ
ଆରମ୍ଭରୁ ପ୍ରଶାସନ ଚେତିବା କଥା
ଜବରଦଖଲ ଉଚ୍ଛେଦ ସ୍ଥାନରେ ଏବେ ଯାଯାବରମାନେ ଅସ୍ଥାୟୀ ଭାବେ ରହୁଛନ୍ତି। ସହରକୁ ଅପରିଷ୍କାର କରୁଛନ୍ତି। ଯଦି ସେଠାରୁ ତଡ଼ିଦିଆ ନ ଯାଏ ତା’ହେଲେ ସେମାନେ ସ୍ଥାୟୀ ଭାବେ ବସବାସ କରିବେ। ତେଣୁ ପ୍ରଶାସନ ଆରମ୍ଭରୁ ଚେତିଲେ ଭଲ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ
ଦୁର୍ଘଟଣା ଆଶଙ୍କା ବଢ଼ାଉଛନ୍ତି
ସହରର ରାସ୍ତା କଡ଼ରେ ମାଳ ମାଳ ଯାଯାବର ଘର କରି ରହିଛନ୍ତି। ଯଦି କୌଣସି ସମୟରେ ହିଟ୍‌ ଆଣ୍ଡ ରନ୍‌ ଘଟଣା ଘଟେ ତାହେଲେ ସେଥିପାଇଁ କିଏ ଦାୟୀ ରହିବେ। ବିଶେଷକରି ଶିଶୁ ଓ ବୟସ୍କମାନେ ଦୁର୍ଘଟଣା ଆଶଙ୍କା ବଢ଼ାଉଛନ୍ତି।
-ବରଦା ପ୍ରସନ୍ନ ଦାଶ, ସହରବାସୀ
ତୁରନ୍ତ ଉଠାଇବାକୁ ବ୍ୟବସ୍ଥା କରାଯିବ
ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲକାରୀଙ୍କୁ ଉଚ୍ଛେଦ ସହ ବାଡ଼ ଦିଆଯାଇଥିଲା। କିଛି ସ୍ଥାନରେ ଯାଯାବରମାନେ ବାଡ଼ ଭାଙ୍ଗି ରହିଛନ୍ତି। ଏ ନେଇ ଅଭିଯୋଗ ଆସିଛି। ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇବାକୁ ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ
ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri