ବିଏମ୍‌ସିର ଉଠାଦୋକାନୀ ପ୍ରୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର, ୧।୮ (ବନ୍ଦନା ସେଠୀ):ରାଜଧାନୀର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଜୁଲାଇ ୧୭ରୁ ବନ୍ଦ ରହିଛି। ୧୫ ଦିନ ଧରି ମାର୍କେଟ ବନ୍ଦ ରହିବା ଫଳରେ ପ୍ରାୟ ୩୦ କୋଟି ଟଙ୍କାର କ୍ଷତି ହୋଇ ସାରିଲାଣି। ମାତ୍ର ଏବେଯାଏ ଏହି ଘଟଣାର ସମାଧାନ ହୋଇପାରୁନାହିଁ। ଆଜିକାଲି କହି ଭୁବନେଶ୍ବର ମହାନଗର ନିଗମ (ବିଏମସି) ଅଧିକାରୀ ଦିନ ଗଡାଉ ଥିବାବେଳେ ବିଏମ୍‌ସି ଦପ୍ତର ଦୌଡ଼ି ଦୌଡ଼ି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ସଦସ୍ୟଙ୍କ ଦିନ ଯାଉଛି। ଗତ ସପ୍ତାହରେ ବିଏମ୍‌ସି ଅଧିକାରୀ ରାଜିନାମା ରିନ୍ୟୁ କରି ଉଠାଦୋକାନୀଙ୍କୁ ହଟାଇବେ ବୋଲି ମାର୍କେଟ ଆସୋସିଏଶନକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସୋମବାର ସନ୍ଧ୍ୟା କିମ୍ବା ମଙ୍ଗଳବାର ସକାଳୁ ମାର୍କେଟ ଖୋଲିପାରେ ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ସୋମବାର ଆସୋସିଏଶନର କୋର୍‌ କମିଟି ବିଏମ୍‌ସି ମୁଖ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ମାତ୍ର ଏଥିରୁ କୌଣସି ନିଷ୍କର୍ସ ମିଳି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ସମସ୍ୟାର ସମାଧାନ ନ ହେବା ଯାଏ ମାର୍କେଟ ବନ୍ଦ ରହିବ ବୋଲି ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି। ମୁଖ୍ୟାଳୟରେ କମିଶନର ନ ଥିବାରୁ ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିଥିଲେ। ଦାବି ନେଇ ଏଯାବତ୍‌ କିଛି ସମାଧାନ ହୋଇପାରି ନ ଥିବା ମେୟର କହିବା ସହ ମାର୍କେଟ ଖୋଲି ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉଠାଦୋକାନୀମାନେ ପୂର୍ବବତ୍‌ ମାର୍କେଟରେ ବସନ୍ତୁ, ବିଏମ୍‌ସି ସବୁ କଥା ବୁଝିବ ବୋଲି ମେୟର କହିଥିବା ସଭାପତି ଜେନା କହିଛନ୍ତି। ତେଣୁ ଉଠାଦୋକାନୀଙ୍କ ପ୍ରତି ବିଏମ୍‌ସି ପ୍ରୀତି ଦେଖାଉଥିବା ଅଭିଯୋଗ କରିବା ସହ ଆସୋସିଏଶନ ମଙ୍ଗଳବାର ପୂର୍ବାହ୍ନରେ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି। ଏଥିରେ ସମସ୍ତ ମାର୍କେଟ ଆସୋସିଏଶନ୍‌ ଏବଂ ରାଜ୍ୟ ବଣିକ ସଂଘର କର୍ତ୍ତୃପକ୍ଷଙ୍କୁ ସାମିଲ କରାଯିବ। ସମସ୍ତଙ୍କ ଠାରୁ ମତାମତ ନେବା ପରେ ଆସୋସିଏଶନ୍‌ ତା’ର ନିଷ୍ପତ୍ତି ଶୁଣାଇବ ବୋଲି ଜେନା କହିଛନ୍ତି। ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଆସୋସିଏଶନର ଦାବି ପ୍ରତି ବିଏମସି ସଚେତନ ଅଛି। ମାର୍କେଟ ବିଲ୍ଡିଂ ଦାୟିତ୍ୱ ବିଏମସିର ନୁହେଁ, ଏହାସତ୍ତ୍ବେ ବିଏମସି ଏହାର ସମାଧାନ କରୁଛି। ଉଠାଦୋକାନୀଙ୍କ ଲାଗି ସ୍ଥାନ ଚିହ୍ନଟ ହେଉଛି ଏହି ପ୍ରକ୍ରିୟାରେ ସମୟ ଲାଗିବ। ତେଣୁ ବିଏମସିକୁ ସମୟ ଦେବାକୁ ସେ ଅପିଲ କରିଛନ୍ତି। ଅପରପକ୍ଷେ ମାର୍କେଟ ବିଲ୍ଡିଂର ମୁଖ୍ୟ ଗେଟ୍‌ରେ ତାଲା ପଡିଥିବାରୁ ଉଠାଦୋକାନୀମାନେ ଭିତରକୁ ଯାଇ ପାରୁ ନାହାନ୍ତି। ତେଣୁ ତୁରନ୍ତ ସେ ତାଲା ଖୋଲିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉଠାଦୋକାନୀ ସଂଘ ପକ୍ଷରୁ ବିଧ୍ୟାୟକ ଅନନ୍ତ ନାରାୟଣ ଜେନା, ଡିଏସ୍‌ପି ଏବଂ ଡିସିପି କମିଶନରେଟ୍‌ ପୋଲିସ୍‌କୁ ଚିଠି ଲେଖି ଦାବି ରଖାଯାଇଛି। ମାର୍କେଟବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ସ୍ଥାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବାବେଳେ ସାଧାରଣ ଲୋକ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri