ରେଲୱେ ଷ୍ଟେଶନ ପାର୍କିଂ ଫି ବୃଦ୍ଧିକୁ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୨୦ା୫: ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରୁ ଦୈନିକ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ଯାତାୟତ ରହିଥାଏ। ପ୍ରତିଦିନ ଏହି ଷ୍ଟେଶନ ଦେଇ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସକୁ ମିଶାଇ ୬୦ଟି ଟ୍ରେନ ଯାତାୟତ କରିଥାଏ। ତଦନୁଯାୟୀ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଶ୍ରାମାଗାରଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା କରାଯାଇଛି। ତେବେ ବର୍ତ୍ତମାନ ଏହି ପ୍ରମୁଖ ଷ୍ଟେଶନରେ ଯାନବାହନ ପାର୍କିଂ ଫି ବୃଦ୍ଧିକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଦୀର୍ଘ ଦିନର ଦାବି ପରେ ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନର ୧ ନଂ ପ୍ଲାଟଫର୍ମ ବାହାରେ ପାର୍କିଂ ସେଡ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ ପୂର୍ବରୁ ପାର୍କିଂ ହେଉଥିବା ସ୍ଥାନକୁ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ୪ ନଂ. ପ୍ଲାଟଫର୍ମରେ ୨ ଚକିଆ ଯାନଠାରୁ ଆରମ୍ଭ କରି କାର ଓ ସାଇକେଲ ପାର୍କିଂ ବ୍ୟବସ୍ଥା କରାଯାଇଛି। କିନ୍ତୁ ସେଠାରେ କାୈଣସି ସେଡ ନିର୍ମାଣ କରାଯାଇ ନାହିଁ। ଫଳରେ ଖରା ଓ ବର୍ଷାରେ ୨ ଚକିଆ ଯାନଠାରୁ ଆରମ୍ଭ ୪ ଚକିଆ ଯାନଗୁଡିକ ବାହାରେ ପଡି ରହୁଛି। ଅନ୍ୟପଟେ ୧ ନଂ ପ୍ଲାଟଫର୍ମକୁ କାୈଣସି ଯାତ୍ରୀ ଆସିଲେ ଗାଡି ପାର୍କିଂ ପାଇଁ ତାଙ୍କୁ ୨ କିମି ରାସ୍ତା ଅତିକ୍ରମ କରି ୪ ନଂ ପ୍ଲାଟଫର୍ମକୁ ଯିବକୁ ପଡ଼ୁଛି। ଯାହାଦ୍ୱାରା ସମୟ ନଷ୍ଟ ହେଉଥିବା କାରଣରୁ ଅନେକାଂଶରେ ଯାତ୍ରୀ ଠିକ ସମୟରେ ଟ୍ରେନରେ ଯାଇପାରୁ ନାହାନ୍ତି। ତେବେ ୪ ନଂ ପ୍ଲାଟଫର୍ମଠାରେ କାୈଣସି ସୁବିଧା ନ ଥାଇ ଯାନବାହନ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଥିବା ବେଳେ ପାର୍କିଂ ଫି ଅହେତକୁ ବୃଦ୍ଧି କେଉଁ କାରଣରୁ କରାଯାଇଛି ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ଏହି ପାର୍କିଂ ଷ୍ଟାଣ୍ଡରେ ସାଇକେଲ ରଖିଲେ ୨ ଘଣ୍ଟା ପାଇଁ ୨ ଟଙ୍କା, ସ୍କୁଟର ପାଇଁ ୬ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ୨ରୁ ୬ ଘଣ୍ଟା ପାଇଁ ସାଇକେଲ ପିଛା ୫ ଟଙ୍କା ଓ ମୋଟର ସାଇକେଲ ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୬ରୁ ୧୨ ଘଣ୍ଟା ସାଇକେଲ ପାଇଁ ୭ ଟଙ୍କା ଓ ମୋଟର ସାଇକେଲ ପିଛା ୧୨ ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ସାଇକେଲ ପିଛା ୧୨ ଟଙ୍କା ଓ ମୋଟର ସାଇକେଲ ପାଇଁ ୨୪ ଟଙ୍କା ଏବଂ ମାସିକ ପାଇଁ ସାଇକେଲ ପିଛା ୧୭୭ ଟଙ୍କା ଓ ମୋଟର ସାଇକେଲ ପିଛା ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଉକ୍ତ ସମସ୍ତ ଦରରେ ଜିଏସଟି ୧୮% ଲାଗୁ କରାଯାଇଛି। ଯାନବାହାନ ଗୁଡିକ ଖରା ବର୍ଷାରେ ପଡି ରହୁଥିବା ବେଳେ ପାର୍କିଂ ଫି ବୃଦ୍ଧିକୁ ନେଇ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପଟେ ପାର୍କିଂ ଷ୍ଟାଣ୍ଡରେ ସ୍ୟାଡ ନିର୍ମାଣ ସାଙ୍ଗକୁ ରେଳବାଇ କର୍ତ୍ତୃପକ୍ଷ ପାର୍କିଂ ଫି ହାର ହ୍ରାସ ପାଇଁ ବହୁ ଯାତ୍ରୀ ଦାବି କରିଛନ୍ତି। ଏ ନେଇ ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା କହିଛନ୍ତି ଯେ, ଯାତ୍ରୀଙ୍କ ଅଭିଯୋଗ ମୁତାବକ ରେଳବାଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଆଗାମୀ ଦିନରେ ୧ ନଂ ପ୍ଲାଟଫର୍ମ ବାହାରେ ପାର୍କିଂ ଷ୍ଟାଣ୍ଡ ନିର୍ମାଣ ପରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri