ସୁବର୍ଣ୍ଣରେଖା ନଦୀବନ୍ଧକୁ ନେଇ ତେଜୁଛି ଅସନ୍ତୋଷ

ଜଳେଶ୍ୱର,୧୫ା୫(ଡି.ଏନ.ଏ.): ପୂର୍ବର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଧ୍ୱସ୍ତବିଧ୍ୱସ୍ତ ହେଉଥିବାରୁ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ୬କୋଟି ୬୦ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମୂଳବନ୍ଧକୁ ଅଧିକ ସୁଦୃଢ କରିବା ଲାଗି ମାଟି ଭର୍ତ୍ତି ନ କରି ଅଧମିଟରରୁ ଅଧିକ ମାଟି ବାହାର କରି ଏହାର ଉଚ୍ଚତା କମାଇ ଦେବା ନେଇ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବନ୍ଧର ଉଚ୍ଚତା କମାଇବା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି ହୋଇଥିବା ବେଳେ ୨୦୦୮ରେ  ସୁବର୍ଣ୍ଣରେଖାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ଜଳପତ୍ତନକୁ ଲକ୍ଷ୍ୟ କରି ରିଂବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି।
ସୁବର୍ଣ୍ଣରେଖା ବନ୍ୟା ଇତିହାସରେ ୨୦୦୮ରେ ସର୍ବବୃହତ୍‌ ବନ୍ୟା ହୋଇଥିଲା। ଏଥିରେ ରାଜଘାଟ ରେଳପୋଲଠାରେ ଜଳପତ୍ତନ ୧୨.୬୯ ମିଟର ହେବାରୁ ଲକ୍ଷ୍ମଣନାଥ ଗାଁଠାରୁ ବାଘାବାଳି ଗାଁ ଯାଏ ନଦୀକୂଳରେ ଥିବା ଟେଷ୍ଟ ରିଲିଫ ବନ୍ଧ (ଟିଆର୍‌ଇ) ବୁଡିଯାଇ ସହର ମଧ୍ୟରେ ପାଣି ପଶିଥିଲା। ୧୯୬୨, ୧୯୬୮, ୧୯୭୨, ୧୯୭୩, ୧୯୮୫ ଓ ୧୯୯୦ ମସିହାରେ ଜଳେଶ୍ୱର ସହରକୁ ସୁବର୍ଣ୍ଣରେଖା ବନ୍ୟାପାଣି ପ୍ରବେଶ କରି ନାହିଁ ନ ଥିବା ଛାରଖାର କରିଥିଲ। ୨୦୦୮ ବନ୍ୟାରେ ଜଳେଶ୍ୱର ସହର ରୂପରେଖ ବଦଳି ଯାଇଥିବା ବେଳେ କୋଟି କୋଟି ଟଙ୍କାର ବ୍ୟବସାୟିକ ପେଣ୍ଠସ୍ଥଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା।  ଡାକ୍ତରଖାନା, କୋର୍ଟ, ବ୍ଲକ ପରିସରରେ ୫ ଫୁଟରୁ ଅଧିକ ପାଣି ସୁଅ ଛୁଟିଥିବା ବେଳେ ପ୍ରାୟ ୩ ମାସ ଧରି ସଡକ ପଥ ବିଚ୍ଛିନ୍ନ ହୋଇଥିଲା ା ଏପରିକି ୧ ମାସ ଧରି ରେଳଯାତ୍ରା ମଧ୍ୟ ବନ୍ଦ ହୋଇଥିଲା ା ତେଣୁ ପରିସ୍ଥିତିକୁ ଲକ୍ଷ୍ୟ କରି ନଦୀ କଡେ କଡେ ଟିଆରଇକୁ ଉଚ୍ଚ କରାଯାଇଥିଲା। ସେହି ଅନୁଯାୟୀ ଶିଖରପୁର ସେତୁଠାରୁ ଗୁରୁଦାସପୁର ସେତୁ ମଧ୍ୟରେ ବନ୍ଧର ଉଚ୍ଚତା ୧୩.୮ମିଟର ନିର୍ମାଣ ହୋଇଥିଲା। କିନ୍ତୁ ଏବେ ଜଳେଶ୍ୱର ସହରକୁ ରକ୍ଷା ଲାଗି ରିଂବନ୍ଧର ପରିକଳ୍ପନା କରାଯାଇ କାଯର୍‌ୟ ଆରମ୍ଭ ହୋଇଛି। କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ପୂର୍ବରୁ ଥିବା ବନ୍ଧ ୧୩.୮ ମିଟର ବଦଳରେ ୧୩.୨ ଉଚ୍ଚ କରିବାର ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ୦.୬ ମିଟର (ଅଧମିଟରରୁ ଅଧିକ) ଉଚ୍ଚତା ହ୍ରାସ କରି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଯେକୌଣସି ସମୟରେ ୨୦୦୮ ମସିହା ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷରେ ଶେଖବାର୍ଡ, ଶେଖବଜାର, ଗୋବରଘଟା ଟିଆର୍‌ଇ ମୋଟ ୭.୫ କି.ମି. ହୋଇଥିବା ବେଳେ ସେଥିରୁ ୫ କି.ମି ରିଂବନ୍ଧ କରାଯିବାର ପରିକଳ୍ପନା ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୬ କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ବନ୍ଧର ଉଚ୍ଚତା କମାଇ ସେହି ମାଟି ବନ୍ଧର ଦୁଇପଟେ ପକାଇ ପ୍ରଶସ୍ତୀକରଣ କରାଯାଇଛି। ସେହିପରି ଶିଖରପୁର, ବଜାରଶୋଳ, ନରଣପୁର ଟିଆରଇ ର ୩ କି.ମି ସ୍ଥାନର ପିଚୁ ଲାଗି ୫ କୋଟି ୧୦ଲକ୍ଷ ଟଙ୍କା ବ୍ୟୟବରଦା ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।
ବନ୍ଧର ଉଚ୍ଚତା କମାଇବାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କାର୍ଯ୍ୟ  ବନ୍ଦ କରାଯାଉଛି। ଲକ୍ଷ୍ମଣନାଥ ସମିତି ସଦସ୍ୟ ଜିତେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଏକ ଜନସ୍ବାର୍ଥ ସମ୍ବଳିତ ଦାବିପତ୍ର ଜିଲାପାଳ, ସେଚ ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି।  ଆସନ୍ତା ଦିନରେ ଏଥିଲାଗି ଏକ ଜନସ୍ବାର୍ଥ ମାମଲା ହେବାକୁ ଯାଉଥିବା ସୂଚନା ମିଳିଛି।ବନ୍ଧର ଉଚ୍ଚତା କମାଇବା ଓ ପ୍ରଶସ୍ତୀକରଣରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା ଦର୍ଶାଇ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ଧର ଉଚ୍ଚତା କମାଇ ଦିଆଯାଇଥିଲେ ମଧ୍ୟ ସେଥିରେ କିଛି ଫରକ ପଡିବ ନାହିଁ। ୫ କି.ମି. ରାସ୍ତାର ନବୀକରଣ ଓ ପିଚୁ କରାଗଲେ ବନ୍ୟା ନିୟନ୍ତ୍ରଣ ହୋଇପାରିବ।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri