ପିଇଓଙ୍କ କାର୍ଯ୍ୟକୁ ନେଇ ବୈଠକରେ ଅସନ୍ତୋଷ

ଚନ୍ଦାହାଣ୍ଡି, ୧୯।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସାମାଜିକ ସହାୟତା, ପଞ୍ଚଦଶ ଅର୍ଥ ଆୟୋଗ, ଶିଶୁ ବିକାଶ ଓ ମମତା ଯୋଜନାରେ ସମ୍ପାଦିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝିଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ସହକାରୀ ଯନ୍ତ୍ରୀ ଥୟ ପଟେଲ ଏବଂ ବ୍ଲକର ସମସ୍ତ ସମିତି ସଭ୍ୟାସଭ୍ୟ, ସରପଞ୍ଚଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।
ପାଟଖଲିଆ, ମାଲଗାଁ, କୋଇଲିମୁଣ୍ଡା, ବେହେରାମୁଣ୍ଡା, ଜମାଦାରପଡା, ଧୋଡ଼ିପାଣି ଓ ଅନକାବେଡା ପଞ୍ଚାୟତ ସମୀକ୍ଷା ବୈଠକରେ ପିଇଓମାନେ ପେନସନ ରେଜିଷ୍ଟର ସମୀକ୍ଷା(ଅଡିଟ) ଦେଖି ନ ଥିଲେ ବୋଲି ବ୍ଲକ ସାମାଜିକ ସମୀକ୍ଷିକା ଜୟନ୍ତୀ ମହାରଣା କହିଥିଲେ। ଫଳରେ ମୃତ ପେନସନଧାରୀଙ୍କ ସମ୍ପର୍କରେ ଜଣାପଡି ନ ଥିଲା। ତାଙ୍କ ଭତ୍ତା ପଇସା କିଛି ଅନ୍‌ଲାଇନ ଓ କିଛି ହାତାହାତି ଦେଇଥିଲେ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି। କିଛିଦିନ ତଳେ ମୃତବ୍ୟକ୍ତିଙ୍କ ଭତ୍ତାଟଙ୍କା ହଡ଼ପ ଘଟଣାରେ ୨ କର୍ମଚାରୀ ନିଲମ୍ବିତ ହୋଇଲେ। ଘଟଣାର ଏବେବି ତଦନ୍ତ ଚାଲିଛି। ପିଇଓଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏଥିସହିତ ଏମ୍‌ଜିଏନ୍‌ଆରଇଜିଏସ୍‌ ତଥା ଅନ୍ୟ କାର୍ଯ୍ୟଗୁଡିକରେ ଆରମ୍ଭରୁ ସାଇନ ବୋର୍ଡ କରାଯାଉ ନଥିବା ଏବଂ ଜିଆରଏସ୍‌ମାନେ ମନଇଚ୍ଛା ଡିମାଣ୍ଡ କରୁଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଏହି ଜନଶୁଣାଣି ଉପସ୍ଥାପିତ ବିଷୟଗୁଡିକରେ ପିଇଓମାନଙ୍କ ଅବହେଳିତ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୀକ୍ଷାରେ ସହଯୋଗ ସହ ଜନଶୁଣାଣି ଶିବିରରେ ପ୍ରସ୍ତୁତ ରହିବାକୁ ବିଡିଓ ସେମାନଙ୍କୁ ତାଗିଦା କରିଥିଲେ। ଏହି ଶିବିରରେ ଭାରପ୍ରାପ୍ତ ଜିପିଇଓ ସୂର୍ଯ୍ୟ ଭତରା, ଏପିଓ ସୁରେଶ ନାୟକ, କନିଷ୍ଠ ଯନ୍ତ୍ରୀ ରାଜୀବଲୋଚନ ଧଳ, ଚନ୍ଦନ ଦଳେଇ, ପରିଦର୍ଶିକା ନନ୍ଦିନୀ ଶତପଥୀ, ବ୍ଲକର ସମସ୍ତ ସମିତି ସଭ୍ୟାସଭ୍ୟ, ସମସ୍ତ ସରପଞ୍ଚ, ପିଇଓ, ଜିଆରଏସ୍‌ ଓ ବ୍ଲକ କର୍ମଚାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri