ବହ୍ଲାମରା, ବାଲିବସ୍ତା ପକାଇବାକୁ ନେଇ ଅସନ୍ତୋଷ

ଆରଡ଼ି,୨୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାଠିବାଙ୍କୁଡା ନିକଟରେ ଥିବା ବୈତରଣୀ ନଦୀବନ୍ଧରେ ୭ ଦିନ ହେଲା ବହ୍ଲାମରା କାର୍ଯ୍ୟ ଚାଲିଛି । ଏହାକୁ ନେଇ ସାଠିବାଙ୍କୁଡା, ବୋଡକ ସମେତ ଅନ୍ୟ କେତେକ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ପ୍ରତିବର୍ଷ ଏହି ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ମାଟିପକାଇ ନଦୀବନ୍ଧ ସୁଦୃଢ଼ କରାଯାଏ । ପୂର୍ବବର୍ଷ ମଧ୍ୟ ଏଠାରେ ମାଟି ପଡିଥିଲା । ହେଲେ ଏହି ବନ୍ଧକୁ କାଟି ବାଲି ମାଫିଆମାନେ ଚୋରା ଚାଲାଣ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ରାସ୍ତା ନଷ୍ଟ ହେଉଛି । ବନ୍ୟା ହେଲେ ଏହି ସ୍ଥାନରେ ଘାଇ ହେବାର ସମ୍ଭାବନା ଥିଲା  । ଚଳିତବର୍ଷ ଖରାଦିନେ ବିଭାଗୀୟ ଅଧିକାରୀ ମାଟି ନ ପକାଇ ବର୍ଷାଦିନ ଆରମ୍ଭରେ ବହ୍ଲା ମାରି ବାଲିବସ୍ତା ପକାଇବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ପୃକ୍ତ ବିଭାଗ ଜଣେ ଠିକାଦାରଙ୍କୁ ବହ୍ଲା ମାରିବା କାର୍ଯ୍ୟ ଦାୟିତ୍ୱ ଦେଇ ଲକ୍ଷଲକ୍ଷ ଟଙ୍କା ହଡପ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ପୂର୍ବତନ ସରପଞ୍ଚ କିଶୋର ନାୟକ କହିଛନ୍ତି। ଭଦ୍ରକ ଜିଲାପାଳ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେହିପରି ସୁନ୍ଦରପୁର ପଞ୍ଚାୟତର ସୁନ୍ଦରପୁରରୁ ଓଳଗ ମଧ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ବଳ ନଦୀବନ୍ଧରେ ମାଟି ସହ ବାଲି ପକାଯାଇ ଅସ୍ଥାୟୀ ଭାବେ ମରାମତି ଚାଲିଛି  । ବନ୍ୟା ଆସିଲେ ପରିସ୍ଥିତି ଜଟିଳ ହେବାର ଆଶଙ୍କାକୁ ଏଡାଇ ହେବନି ବୋଲି ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିଶୋର ଦାସଙ୍କୁ ପଚାରିବାରୁ ସେ କହିଲେ, ବନ୍ୟା ପୂର୍ବରୁ ଦୁର୍ବଳ ନଦୀବନ୍ଧ ସ୍ଥାନରେ ଅସ୍ଥାୟୀ ଭାବେ ମରାମତି କାର୍ଯ୍ୟ ଚାଲିଛି । ପରବର୍ତ୍ତୀ ସମୟରେ ସ୍ଥାୟୀ ମରାମତି ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri