ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସଗୁଡିକରେ ଜାତୀୟ ପତାକା ବିକ୍ରି କରାଯାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଜାତୀୟ ପତାକା ବାଣ୍ଟିବା ପାଇଁ ଘୋଷଣା କରାଯାଇଥିଲା। ତେବେ ସେ ସମୟରେ ଉଡୁଥିବା ଜାତୀୟ ପତାକା ଏବେ କେଉଁଠି ଛିଣ୍ଡି ତଳେ ପଡ଼ିଛି ତ ଆଉ କେଉଁଠି ଠିକ୍ ଭାବେ ଉଡୁନାହିଁ । ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏକ କ୍ୱାର୍ଟର୍ସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖାଯାଉଛି। ପତାକାରେ ଲାଗିଥିବା ବାଡ଼ି ଭାଙ୍ଗିଯାଇଥିବାରୁ ପତାକାଟି ଓଲଟା ଝୁଲି ରହିଛି ା ଏ ନେଇ ସମ୍ପୃକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ଦେଖୁଥିଲେ କେହି ଠିକ୍ ଭାବେ ଲଗାଉନାହାନ୍ତି ଏହାକୁ ନେଇ ଅସନ୍ତୋଷ ଦେଖାଦେଉଛି।
ଅନ୍ୟପକ୍ଷରେ ରାଜ୍ୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଜାତୀୟ ପତାକା ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଥିଲା। ମହିଳା ଗୋଷ୍ଠୀ ଏହି ଦାୟିତ୍ୱ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିଥିବା ଜାତୀୟ ପତାକା ସେ ସମୟରେ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିନଥିବା ଜଣାପଡ଼ିଛି। ବେଲଗୁଣ୍ଠା ବ୍ଲକରେ ଅଙ୍ଗନୱାଡ଼ି କର୍ମୀମାନେ ନିଜ ହାତରୁ ଅଳ୍ପ କେତୋଟି ଜାତୀୟ ପତାକା କିଣି କାମ ଚଳାଇଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପତାକା ଦିଆଯାଇ ନ ଥିବା ଜଣାପଡ଼ିଛି। ସେହିଭଳି ଭଞ୍ଜନଗର ବ୍ଲକରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀ ମାନେ ନିଜ ନିଜ ଅଞ୍ଚଳର ୫ରୁ ୧୦ ଘରକୁ ଗୋଟିଏ ଲେଖାଏ ଜାତୀୟ ପତାକା ବାଣ୍ଟିଥିଲେ। ଏ ନେଇ ଭଞ୍ଜନଗର ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀଙ୍କୁ ପଚାରିବାରେ ଜାତୀୟ ପତାକା ବଣ୍ଟନ ନେଇ ତାଙ୍କ ପାଖରେ ଠିକ୍ ତଥ୍ୟ ନାହିଁ, ଯାହା ଆସିଥିଲା ତାହା ଅଙ୍ଗନୱାଡ଼ି କର୍ମୀମାନଙ୍କ ସହାୟତାରେ ବଣ୍ଟାଯାଇଥିବା କହିଥିଲେ। ବେଲଗୁଣ୍ଠା ସିଡ଼ିପିଓ ଗାୟତ୍ରୀ ମିଶ୍ର ମୋବାଇଲ ଫୋନ ଉଠାଇ ନ ଥିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ ।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…
ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…
ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…
ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…
ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…
ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…
ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା
ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…
ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’
ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…
ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…
ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…
Archives

