ଗଞ୍ଜାମ,୨୩ା୪(ବିଦ୍ୟାଧର): ଗଞ୍ଜାମ ଏନ୍ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ପିତା ତଥା ଧର୍ମପରାୟଣ ବ୍ୟକ୍ତି କାଶୀନାଥ ପାଢ଼ୀଙ୍କ ବିୟୋଗ ଘଟିଥିଲା। ବୁଧବାର ସ୍ବର୍ଗତ ପାଢ଼ୀଙ୍କର ଦ୍ୱାଦଶ ଦିବସରେ ସାନ ବଜାରସ୍ଥିତ ନିଜ ବାସଭବନ ଠାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଦଳଗତ ନିର୍ବିଶେଷରେ ରାଜନୀତିରେ ସବୁ ବାଦବିବାଦ ଭୁଲି ଛତ୍ରପୁର ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସ୍ବର୍ଗତ ପାଢ଼ୀଙ୍କ ସ୍ମୁତି ସଭାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ନଗର ସଭାପତି ପାଢ଼ୀଙ୍କ ବିଧାୟକଙ୍କ ଏନ୍ଏସି ପ୍ରତିନିଧି ରାନୁ ବୈଠାରୁ, ଭାଜପା ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସୁରେଶ ରେଡ୍ଡୀ,ଭାଜପା ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡ୍ଡୀ, ସାଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ଯୁବ ସ୍ବେଚ୍ଛାସେବୀ ରାକେଶ ରଞ୍ଜନ ଦାସ, ପୂର୍ବତନ ନଗରପାଳ ନୀଳାଞ୍ଚଳ ବାରିକି, ଭାଜପା ଯୁବ ସଂଗଠକ ଦୀପକ କୁମାର ବେହେରା, ମନୋଜ ପ୍ରଧାନ ପପୁ ମହାନ୍ତି, ବିଭୂତି ପଲାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, କଂଗ୍ରେସ ବରିଷ୍ଠ ନେତା ଶମ୍ବୁ ପାଣିଗ୍ରାହୀ, ମୁନା ଦାସ, ଅକ୍ଷୟ ସ୍ବାଇଁ, କମଳ ପଣ୍ଡା, ବୁନୁ ମିଶ୍ର ମଧ୍ୟ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।