ପଦ୍ମପୁର, ୨୭।୧ (ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଓ ସୁଗୋ ପଞ୍ଚାୟତ କାଞ୍ଜିଖିଆ ଗ୍ରାମବାସୀ ଏକ ପୋଖରୀରୁ ମାଛ ଧରିବାକୁ ନେଇ ମୁହଁାମୁହିଁ ହୋଇଥିଲେ। ଏହି ଘଟଣାରେ ଗୁରୁବାର ଅପରାହ୍ନରେ ଏସ୍ଡିପିଓ ସୌରଭ କୁମାର ଓତା, ବାସୁଦେବପୁର ଥାନାଧିକାରୀ ସାବିତ୍ରୀ ପଣ୍ଡା, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ଚୁଡ଼ାମଣି ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ଏବଂ ବିଡିଓ ସତ୍ୟଜିତ ରାଉତଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା କରାଯାଇ କପାଗଢ଼ିଆ ଗ୍ରାମବାସୀ ମାଛ ଧରିବା ପାଇଁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ, ପଦ୍ମପୁର ଓ ସୁଗୋ ପଞ୍ଚାୟତ ସୀମାରେ ଗ୍ରାମ୍ୟ ଜଙ୍ଗଲ କିସମର ଏକ ଜମିରୁ କିଛିବର୍ଷ ତଳେ ଜଣେ ଠିକାଦାର ରାସ୍ତା କାମ ପାଇଁ ମାଟି ଖୋଳି ନେଇଥିଲେ। ଫଳରେ ତାହା ଏକ ପୋଖରୀରେ ପରିଣତ ହୋଇଥିଲା। ୨ ବର୍ଷ ତଳେ ସେହି ପୋଖରୀରୁ ମାଛ ଧରିବାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଦେବାରୁ ସବୁ ମାଛ ମରିଯାଇଥିଲେ। ଚଳିତବର୍ଷ ମଧ୍ୟ ବିବାଦର ସୂତ୍ରପାତ ହୋଇଛି। ୩ଦିନ ତଳେ ପୋଖରୀରୁ ମାଛ ଧରିବା ପାଇଁ କପାଗଢ଼ିଆ ଗ୍ରାମବାସୀ ମେଶିନ ଲଗାଇ ପାଣି ଶୁଖାଇବା ପାଇଁ ଚେଷ୍ଟା କରୁଥିବା ବେଳେ କାଞ୍ଜିଖିଆର କେତେଜଣ ବ୍ୟକ୍ତି ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ବ୍ଲକ ପରିସରରେ ପୋଲିସ ଉପସ୍ଥିତିରେ ଉଭୟପକ୍ଷ ମଧ୍ୟରେ ଆଲୋଚନା ବେଳେ କଥା କଟାକଟି ହୋଇଥିଲା। ସନ୍ଧ୍ୟାରେ ପୋଖରୀରୁ ମାଛ ଧରିବା ପାଇଁ କପାଗଢ଼ିଆ ଗ୍ରାମବାସୀ ଏକଜୁଟ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବାସୁଦେବପୁର ଏସ୍ଆଇ ବିଜୟ କୁମାର ଦାସ ମହାପାତ୍ର, ଏସ୍ଆଇ ଦୀପ୍ତିମୟୀ ବଡ଼ଜେନା, ସୁଶାନ୍ତ ମହାପାତ୍ର, ସାବରଙ୍ଗ ଥାନାଧିକାରୀ ଶୋଭେନ କୁମାର ସ୍ବାଇଁ, ଏଏସ୍ଆଇ ରବୀନ୍ଦ୍ର କୁମାର ଖୁଣ୍ଟିଆ, ନାୟକାଣିଡିହୀ ଥାନାଧିକାରୀ ସୁଶାନ୍ତ କୁମାର ମିଶ୍ର, ଏଏସ୍ଆଇ ଦେବେନ୍ଦ୍ର ମୁର୍ମୁ, ତହସିଲଦାର ପଣ୍ଡା ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନ ହେବା ପର୍ଯ୍ୟନ୍ତ ମାଛଧରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
Posted inଆମ ଜିଲା ଖବର, ଭଦ୍ରକ View All
ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ
ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...
ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା
ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...
ରାସ୍ତାରେ ଟ୍ରକ୍ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍ ଗେଟ୍ ନିକଟରେ...
ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ
ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...
ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...
ଓମ୍ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ
ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...
ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ
ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...
୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ
ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...
Archives


