ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନ କାଟିବାକୁ ନେଇ ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଖବର ପାଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନ କାଟୁଥିବା ମହିଳାଙ୍କୁ ଜମିରେ ପୋଲିସ ବାରଣ ସତ୍ତ୍ୱେ ଧାନ କଟା ହୋଇଥିଲା। ଏ ନେଇ ରାମନଗର-ଗୁପ୍ତଗିରି ମୁଖ୍ୟ ରାସ୍ତାରେ କେତେକ ମହିଳା ଭାଗ ଚାଷୀଙ୍କ ସହିତ ଗ୍ରାମର କେତେକ ଲୋକ ପୋଲିସ ଗାଡ଼ି ଆଗରେ ଧାରଣା ଦେଇ ନ୍ୟାୟ ପାଇଁ ଦାବି କରିଥିଲେ। ଖବର ପାଇ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ଓ ମହାକାଳପଡ଼ା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ। ପରେ ଅପରାହ୍ନରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଗ୍ରାମରେ ମହିଳା ଭାଗଚାଷୀ ସୋନାଲି ମାନ୍ନା, ରଶ୍ମୀ ମଣ୍ଡଳ, ମମନୀ ପଢ଼ିଆରି, ସବିତା ପାତ୍ର, ମଞ୍ଜୁ ପଢ଼ିଆରୀ, ସୁରମା ପାତ୍ର, ସନ୍ଧ୍ୟା ପାତ୍ର, ଦେବୀକା ପାତ୍ର ଓ ସୁଚିତ୍ରା ମଣ୍ଡଳ ଓ ଗୌରୀ ମାନ୍ନାଙ୍କ ସମେତ ବହୁ ସଂଖ୍ୟାରେ ମହିଳା ପୁରୁଷ ଚାଷୀ ଉକ୍ତ ଜମିକୁ ବାପା ଜେଜେବାପାଙ୍କ ପୂର୍ବ ପିଢ଼ିରୁ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଅପରପକ୍ଷରେ ଏହି ଗ୍ରାମର ହାବୁ ନନ୍ଦ ଦଖଲ କରି ଭାଗ ଲଗାଇଥିଲେ ବୋଲି କୁହାଯାଇଛି। ତେବେ ହାବୁନନ୍ଦଠାରୁ ଉକ୍ତ ଜମିକୁ ଶିଶିର ରାଉତ ନାମକ ବ୍ୟକ୍ତି କିଣିଥିବା କୁହାଯାଉଛି। ଜମି କିଣିବା ପରେ ଦଖଲକୁ ନେଇ ଶିଶିର ରାଉତ ଓ ଗ୍ରାମର ମହିଳା ଭାଗ ଚାଷୀଙ୍କ ମଧ୍ୟରେ ବିବାଦ ଲାଗିଥିଲା । ତେବେ ଉଭୟ ପକ୍ଷଙ୍କୁ ପୋଲିସ ଥାନାକୁ ଡାକି ଜମି ବାଡ଼ି ସଂକ୍ରାନ୍ତୀୟ ରେକର୍ଡ ଦାଖଲ କରିବା ପାଇଁ କହିଛନ୍ତି। ଉକ୍ତ ଜମି କାହାର ରେକର୍ଡ ଯାଞ୍ଚ ପରେ ଜଣା ପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି। ପେଟଛେଲା ରାଜସ୍ବ ସର୍କଲ ଇନ୍ସପେକ୍ଟର ମଞ୍ଜୁଲତା ମାଝୀଙ୍କୁ ପଚାରିବାରୁ ଉକ୍ତ ବିବାଦୀୟ ଜମି ଗ୍ରାମ୍ୟ ଜଙ୍ଗଲ କିସମ ଥିବା କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri