ପତିତ କିସମ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ବିବାଦୀୟ ଜମିରେ ନାଲିପତାକା ପୋତିଲା ରାଜସ୍ବ, ପୋଲିସ ବିଭାଗ

ଦାରିଙ୍ଗବାଡ଼ି, ୨୮ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ି ତହସିଲ ଅଧୀନ ତରବାଡ଼ି ଗ୍ରାମରେ ଏକ ସରକାରୀ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ମଧ୍ୟରେ ବିବାଦ ସହ ଗଣ୍ଡଗୋଳ ପରିସ୍ଥିତି ଦେଖାଯାଇଛି। ଏହାର ସମାଧାନ ପାଇଁ ବୁଧବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଏବଂ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବିବାଦୀୟ ଜମିରେ ନାଲି ପତାକା ପୋତିଛି। ସେହି ଜମିକୁ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଉଭୟପକ୍ଷ ଯାଇପାରିବେ ନାହିଁ ବୋଲି ତହସିଲଦାର କହିଛନ୍ତି।

ପ୍ରକାଶ ଯେ, ଉକ୍ତ ଗ୍ରାମରେ ରହିଥିବା ପ୍ଲଟ ନଂ. ୩୬୦ରେ ୪୯୫ ଆର୍‌ ଜମିକୁ ଗୋଟିଏ ପକ୍ଷ ଚାଷ ଜମି ଭାବେ ବ୍ୟବହାର କରିବା ସହ ଘର କାର୍ଯ୍ୟ କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ଗୋଷ୍ଠୀ ଜମି ଭାବେ ଚର୍ଚ୍ଚ ଘର କରିଛନ୍ତି। ଯେଉଁ ଜମିକୁ ଅନ୍ୟପକ୍ଷ ଚାଷ କରୁଛନ୍ତି ତାହା ବ୍ୟକ୍ତିଗତ ନୁହଁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।

ତରବାଡ଼ି ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ କୁଆଡେ ଉକ୍ତ ଜମିକୁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବା ସହ ଧର୍ମାନୁଷ୍ଠାନ ପାଇଁ ବ୍ୟବହାର କରିବାକୁ ୨୦୧୧ ମସିହା ମେ ୩୧ରେ ଜଙ୍ଗଲଜମି ଅଧିକାର କମିଟି ଓ ଗ୍ରାମବାସୀ ବୈଠକ କରିଥିଲେ। ସେହି ସମୟରେ ସେମାନେ ପତିତ ଘାସ ଜମିରେ ଧର୍ମାନୁଷ୍ଠାନ କରିବାକୁ ନିଷ୍ପତି ନିଆଯାଇଥିବା ଦାବି କରିଛନ୍ତି।

ସେପଟେ ଅନ୍ୟ ଗୋଷ୍ଠୀ ଚାଷ କରିବା ନେଇ ଗ୍ରାମବାସୀ ବିରୋଧ କରି ବାଲିଗୁଡ଼ା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶ ପାଇ ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଉକ୍ତ ଜମିକୁ ଯିବାକୁ ବାରଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଗୋଷ୍ଠୀ ଚାଷ କରି ପରିବାର ପ୍ରତିପୋଷଣ ହେଉଥିବା ବେଳେ ସେଠାରେ ଏକ ଗୃହ ନିର୍ମାଣ ମଧ୍ୟ କରାଯାଉଥିଲା। ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri