ପତିତ କିସମ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ବିବାଦୀୟ ଜମିରେ ନାଲିପତାକା ପୋତିଲା ରାଜସ୍ବ, ପୋଲିସ ବିଭାଗ

ଦାରିଙ୍ଗବାଡ଼ି, ୨୮ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ି ତହସିଲ ଅଧୀନ ତରବାଡ଼ି ଗ୍ରାମରେ ଏକ ସରକାରୀ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ମଧ୍ୟରେ ବିବାଦ ସହ ଗଣ୍ଡଗୋଳ ପରିସ୍ଥିତି ଦେଖାଯାଇଛି। ଏହାର ସମାଧାନ ପାଇଁ ବୁଧବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଏବଂ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବିବାଦୀୟ ଜମିରେ ନାଲି ପତାକା ପୋତିଛି। ସେହି ଜମିକୁ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଉଭୟପକ୍ଷ ଯାଇପାରିବେ ନାହିଁ ବୋଲି ତହସିଲଦାର କହିଛନ୍ତି।

ପ୍ରକାଶ ଯେ, ଉକ୍ତ ଗ୍ରାମରେ ରହିଥିବା ପ୍ଲଟ ନଂ. ୩୬୦ରେ ୪୯୫ ଆର୍‌ ଜମିକୁ ଗୋଟିଏ ପକ୍ଷ ଚାଷ ଜମି ଭାବେ ବ୍ୟବହାର କରିବା ସହ ଘର କାର୍ଯ୍ୟ କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ଗୋଷ୍ଠୀ ଜମି ଭାବେ ଚର୍ଚ୍ଚ ଘର କରିଛନ୍ତି। ଯେଉଁ ଜମିକୁ ଅନ୍ୟପକ୍ଷ ଚାଷ କରୁଛନ୍ତି ତାହା ବ୍ୟକ୍ତିଗତ ନୁହଁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।

ତରବାଡ଼ି ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ କୁଆଡେ ଉକ୍ତ ଜମିକୁ ଗୋଷ୍ଠୀ ଜମି ଭାବେ ବ୍ୟବହାର କରିବା ସହ ଧର୍ମାନୁଷ୍ଠାନ ପାଇଁ ବ୍ୟବହାର କରିବାକୁ ୨୦୧୧ ମସିହା ମେ ୩୧ରେ ଜଙ୍ଗଲଜମି ଅଧିକାର କମିଟି ଓ ଗ୍ରାମବାସୀ ବୈଠକ କରିଥିଲେ। ସେହି ସମୟରେ ସେମାନେ ପତିତ ଘାସ ଜମିରେ ଧର୍ମାନୁଷ୍ଠାନ କରିବାକୁ ନିଷ୍ପତି ନିଆଯାଇଥିବା ଦାବି କରିଛନ୍ତି।

ସେପଟେ ଅନ୍ୟ ଗୋଷ୍ଠୀ ଚାଷ କରିବା ନେଇ ଗ୍ରାମବାସୀ ବିରୋଧ କରି ବାଲିଗୁଡ଼ା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶ ପାଇ ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଉକ୍ତ ଜମିକୁ ଯିବାକୁ ବାରଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଗୋଷ୍ଠୀ ଚାଷ କରି ପରିବାର ପ୍ରତିପୋଷଣ ହେଉଥିବା ବେଳେ ସେଠାରେ ଏକ ଗୃହ ନିର୍ମାଣ ମଧ୍ୟ କରାଯାଉଥିଲା। ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri